ବାଲେଶ୍ବର: 3ମାସର କୋହଳ ପରେ ପୁଣି ସାରା ରାଜ୍ୟରେ କଡାକଡି ହୋଇଛି ନୂଆ ମୋଟର ଯାନ ଆଇନ । ଚାରିଆଡେ ଚାଲିଛି ଧରପଗଡ । କେବଳ ଜରୁରୀ କାଳୀନ କାଗଜପତ୍ରକୁ ଛାଡି ଦେଲେ ବାକି ସମସ୍ତ ଦିଗ ଉପରେ ପୋଲିସ ରଖିଛି ଧ୍ୟାନ ।
ବାଲେଶ୍ବରରେ ଟ୍ରାଫିକ ନିୟମ କଡାକଡି
ଆଜିଠାରୁ ବାଲେଶ୍ଵର ଟ୍ରାଫିକ ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ତ୍ବରାନ୍ବିତ କରାଯାଇଛି । ବିଭିନ୍ନ ପୋଷ୍ଟ ମାନଙ୍କରେ ଚେକିଂ ଜୋରଦାର କରାଯାଇଛି ।
ବାଲେଶ୍ବରରେ ଟ୍ରାଫିକ ନିୟମ କଡାକଡି
ଅନ୍ୟାନ ଜିଲ୍ଲା ପରି ବାଲେଶ୍ବରରେ ମଧ୍ୟ କଡାକଡି ହୋଇଛି ଟ୍ରାଫିକ ନିୟମ । ପ୍ରମୁଖ ଟ୍ରାଫିକ ପୋଷ୍ଟରେ କରାଯାଇଥିଲା ଜୋରଦାର ଚେକିଂ । ହେଲମେଟ, ସିଟବେଲ୍ଟ, ମୋବାଇଲ ଧରି ଗାଡି ଚଲାଇବା ଭଳି ଦିଗରେ ଦୃଷ୍ଟି ଦିଆଯାଇଥଲା । ଏହାସହ ନିୟମ ଖିଲାପକାରୀଙ୍କ ପାଖରୁ ନିର୍ଦ୍ଧାରିତ ଚାଲାଣ କଟାଯାଇଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ