ବାଲେଶ୍ବର: ଆଜି ସ୍ବାୟତ୍ତ ଶାସନ ଦିବସ । ଆଉ ଏହି ଅବସରରେ ଅନେକ ନୂତନ କାର୍ଯ୍ୟକ୍ରମ କରିବା ପାଇଁ ଅଣ୍ଟା ଭିଡ଼ିଛି ବାଲେଶ୍ବର ଜିଲ୍ଲା ପ୍ରଶାସନ । ଏନେଇ ଆଜି(ସୋମବାର) ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯାଇଛି।
ରେମୁଣା ବ୍ଲକ ମଙ୍ଗଳପୁର ଅଞ୍ଚଳରେ ଥିବା ମଳ ଉପଚାର ପ୍ଲାଣ୍ଟର ଦାୟିତ୍ବ ଜ୍ୟୋତିର୍ମୟୀ ମହିଳା ମହାସଂଘକୁ ହସ୍ତାନ୍ତର କରାଯିବା ସହ ସଂଘ ସହ ଜିଲ୍ଲାପ୍ରଶାସନର ଚୁକ୍ତି ହୋଇଛି । ସେଠାରେ ଶୌଚାଳୟରୁ ବାହାରୁଥିବା ମଳର ସୁବିନିଯୋଗ କରାଯିବା ସହ ଉକ୍ତ ଅଞ୍ଚଳକୁ ସବୁଜୀକରଣ କରିବା ପାଇଁ ସଂଘକୁ ଦାୟିତ୍ବ ଦିଆଯାଇଛି ।