ଓଡିଶା

odisha

ପୁଣି ଅଲୋଡା ହେଲା ଶିଶୁକନ୍ୟା

By

Published : Aug 15, 2019, 7:30 PM IST

ବାଲେଶ୍ୱର ଜିଲ୍ଲା ସହଦେବ ଖୁଣ୍ଟା ଥାନା ଅଧୀନ ଲୁଣିଆଜୋଡି ପୋଲଠାରୁ କିଛି ଦୂରରେ ମିଳିଲା ନବଜାତ ଶିଶୁକନ୍ୟାର ମୃତଦେହ । ଏକ କପଡ଼ାରେ ନବଜାତକୁ ଗୁଡ଼ାଇ କେହି ଫିଙ୍ଗି ଦେଇ ଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର: କନ୍ୟା ସନ୍ତାନଙ୍କ ଉଜ୍ବଳ ଭବିଷ୍ୟତ ଗଢିବା ପାଇଁ ସରକାର ବିଭିନ୍ନ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ବେଆଇନ ଗର୍ଭପାତ ରୋକିବାଠୁ ଆରମ୍ଭ କରି ଶିଶୁ କନ୍ୟାକୁ ଦୁଷ୍କର୍ମ, ସବୁକ୍ଷେତ୍ରରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ହେଲେ ତଥାପି କମୁନି କନ୍ୟା ସନ୍ତାନ ହତ୍ୟା ଘଟଣା । ସରକାରଙ୍କର ବେଟି ବଚାଓ ବେଟି ପଢାଓ ଭଳି ସ୍ଳୋଗାନ ବାସ୍ତବତାଠାରୁ ଅନେକ ଦୂରରେ ଥିବା ପରି ମନେହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର ଜିଲ୍ଲା ସହଦେବ ଖୁଣ୍ଟା ଥାନା ଅଧୀନ ଲୁଣିଆଜୋଡି ପୋଲଠାରୁ କିଛି ଦୂରରେ ଏକ ନବଜାତ ଶିଶୁକନ୍ୟାର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ଏକ କପଡ଼ାରେ ନବଜାତକୁ ଗୁଡ଼ାଇ କେହି ଫିଙ୍ଗି ଦେଇ ଯାଇଛି । ମୃତ ଶିଶୁ କନ୍ୟାକୁ କିଏ କେତେବେଳେ ଫିଙ୍ଗିଛି ତାହା ଏ ଯାଏ ସ୍ପଷ୍ଟ ହୋଇନାହିଁ।

ବାଲେଶ୍ବରରୁ ଜୀବନ ଜ୍ୟେତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details