ବାଲେଶ୍ଵର: ଫୁଲାଡି ନେସ୍କୋ ସେକ୍ସନର ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଷ୍ଟ୍ରକଚରରେ ଧୂଆଁ ବାହାରୁଥିବାରୁ କର୍ମଚାରୀମାନେ ପାୱାରକଟ୍ କରି ସଜାଡିଥିଲେ। ଏହି ସମୟ ଭିତରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିଲା।
ନେସ୍କୋ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୬ ଆହତ - six nesco staff injured
ଫୁଲାଡି ନେସ୍କୋ ସେକ୍ସନର ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
![ନେସ୍କୋ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୬ ଆହତ nesco staff attacked by public due to power cut, six injured](https://etvbharatimages.akamaized.net/etvbharat/prod-images/768-512-8875315-thumbnail-3x2-wc.jpg)
ନେସ୍କୋ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୬ ଆହତ
ନେସ୍କୋ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୬ ଆହତ
ବିଦ୍ୟୁତ କଟିଥିବାରୁ ଉତ୍କ୍ଷିପ୍ତ ହୋଇ ସ୍ଥାନୀୟ ଅଞ୍ଚଳର କିଛି ଲୋକ ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ବିଦ୍ୟୁତ ବିଭାଗର 6 ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ବିଦ୍ୟୁତ ବିଭାଗ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି ।
ବାଲେଶ୍ବରରୁ ଜୀବନ ଜ୍ଯୋତି ନାୟକ, ଇଟିଭି ଭାରତ
Last Updated : Sep 20, 2020, 11:01 PM IST