ବାଲେଶ୍ୱର: ସଦର ଥାନା ଅଧିନ ମହାପଦା ଗାଁରେ ଅଘଟଣ । ପିଉସାର ଛୁରା ମାଡ଼ରେ ପୁତୁରା ଗୁରୁତର ହୋଇଛି ।
ପିଉସା ଛୁରାମାଡରେ ପୁତୁରା ଗୁରୁତର
ଘରୋଇ କଳହକୁ ନେଇ ବାଲେଶ୍ୱର ଜିଲ୍ଲା ମହାପଦା ଗାଁରେ ପିଉସାର ଛୁରା ମାଡ଼ରେ ପୁତୁରା ଗୁରୁତର । ଗୁରୁତର ପୁତୁରାକୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ମହାପଦା ଗ୍ରାମର କାହ୍ନୁ ଧଳଙ୍କୁ ପିଉସା କାଳୀଚରଣ ଦାସ ଛୁରା ଓ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘରୋଇ କଳହକୁ ନେଇ ଏମିତି ଘଟଣା ଘଟିଥିବା ଜଣାପଡିଛି । ଅନ୍ୟପକ୍ଷେ ଗୁରୁତର କାହ୍ନୁଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟେତି ନାୟକ, ଇଟିଭି ଭାରତ