ଓଡିଶା

odisha

ETV Bharat / state

ଆଇନକୁ ଫୁ, ସ୍କୁଲ ପାଇଖାନା ସଫା କଲେ ଛାତ୍ରୀ

ପୁଣି ପଦାରେ ପଡିଲା ଶିକ୍ଷା ବିଭାଗର ନଗ୍ନ ଚିତ୍ର । ସ୍କୁଲରେ ଆଗାମୀକାଲିର ଭବିଷ୍ୟତ ଝାଡୁ ଧରି ପାଇଖାନା ସଫା କଲେ । ବାଲେଶ୍ବର ଜିଲ୍ଲାର ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚା ସୃଷ୍ଟି କରିଛି । ଏହା ସହିତ ଏହି ଦୃଶ୍ୟ ଏବେ  ସୋସିଆଲ ମିଡିଆରେ ଘୂରିବାରେ ଲାଗିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Aug 31, 2019, 5:32 PM IST

ବାଲେଶ୍ବର: ପୁଣି ପଦାରେ ପଡିଲା ଶିକ୍ଷା ବିଭାଗର ନଗ୍ନ ଚିତ୍ର । ସ୍କୁଲରେ ଆଗାମୀକାଲିର ଭବିଷ୍ୟତ ଝାଡୁ ଧରି ପାଇଖାନା ସଫା କଲେ । ବାଲେଶ୍ବର ଜିଲ୍ଲାର ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚା ସୃଷ୍ଟି କରିଛି । ଭୋଗରାଇ ବ୍ଲକ ଗୀତଖଳା ପ୍ରାଥମିକ ଓ ଶ୍ରୀହରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୂରିବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ରାଜ୍ୟର ସମସ୍ତ ବିଦ୍ୟାଳୟମାନଙ୍କୁ ଦଣ୍ଡମୁକ୍ତ କରିବା ସହ ପ୍ରତ୍ୟେକ ପିଲାଙ୍କୁ ଶିକ୍ଷାପ୍ରଦାନ ଦିଗରେ ସରକାରଙ୍କ ପଦକ୍ଷେପକୁ ଆଖି ଠାର । ଦିନ ଦ୍ବିପ୍ରହରେ ଦେଖିବାକୁ ମିଳିଛି ଛାତ୍ରୀମାନଙ୍କ ପାଇଖାନା ସଫା କରିବା ଦୃଶ୍ୟ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କି ଛାତ୍ରୀମାନଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେମାନେ ଭୟରେ ଦୌଡି ପଳାଉଛନ୍ତି ।

ଏନେଇ ଭୋଗରାଇ ବ୍ଲକ ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାର ସତ୍ୟାସତ୍ୟ ତଦନ୍ତ କରିବା ସହ ସମ୍ପୃକ୍ତ ସ୍କୁଲର ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସ୍ପଷ୍ଟ କରିଛନ୍ତି । ହେଲେ ଏନେଇ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ଶିକ୍ଷାଧିକାରୀ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details