ବାଲେଶ୍ବର: ଜିଲ୍ଲାରେ ପ୍ରତିଷ୍ଠା ହେବ ଏନଡିଆରଏଫର ଆଞ୍ଚଳିକ ଗବେଷଣା କେନ୍ଦ୍ର(ଆରଆରସି) । ଏନେଇ ହିଡିଙ୍ଗା ଠାରେ ପ୍ରାୟ 3.58 ଏକର ଜମି ଚିହ୍ନଟ କରାଯାଇ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ ଏହି ଭିତ୍ତିପ୍ରସ୍ତରର ଶିଳାନ୍ୟାସ କରିଛନ୍ତି । 6 କୋଟି 31 ଲକ୍ଷ ଟଙ୍କା ବ୍ୟୟରେ ଏହି ଆରଆରସି ନିର୍ମାଣ କରାଯିବ ବୋଲି ଜଣାପଡିଛି ।
ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଏନଡିଆରଏଫ ଡିଜି କହିଛନ୍ତି, ଖାଲି ବାଲେଶ୍ବର ନୁହେଁ ଉତ୍ତର ଓଡିଶାରେ ତୁରନ୍ତ ବିପର୍ଯ୍ୟୟ ମୁକାବିଲା କରାଯାଇପାରିବ । କଟକ ମୁଣ୍ଡୁଳି ପରେ ବାଲେଶ୍ବରରେ ଦ୍ବିତୀୟ ଆରଆରସି ପ୍ରତିଷ୍ଠା ହେବାକୁ ଯାଉଛି । ଯେଉଁଥିରେ 4ଟି ଟିମ୍ ଓ ଜଣେ କମାଣ୍ଡର ବିପର୍ଯ୍ୟୟ ମୁକାବିଲା ପାଇଁ ସର୍ବଦା ପ୍ରସ୍ତୁତ ରହିବେ ।