ଓଡିଶା

odisha

ETV Bharat / state

ଦୃଷ୍ଟିହୀନ ମହିଳା କ୍ରିକେଟ ଖେଳାଳି ସମ୍ମାନିତ - ଜାତୀୟ ସ୍ତରୀୟ ଦୃଷ୍ଟିବାଧିତ ଟି-୨୦

5 ଦୃଷ୍ଟିହୀନ ମହିଳା କ୍ରିକେଟର ଖେଳାଳିଙ୍କୁ ସମ୍ମାନିତ। ଜାତୀୟସ୍ତରୀୟ ତଥା ଓଡ଼ିଶା ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳରେ ସ୍ଥାନ ପାଇଥିବା ୫ ଜଣ ଦୃଷ୍ଟିହୀନ ଖେଳାଳିଙ୍କୁ ପ୍ରୋତ୍ସାହିତ କରାଯାଇଛି । ଅଧିକ ପଢ଼ନ୍ତୁ

encouraged to national women  blind cricketers in balasore
ଦୃଷ୍ଟିହୀନ ମହିଳା କ୍ରିକେଟ ଖେଳାଳିଙ୍କୁ ସମ୍ମାନ

By

Published : Mar 12, 2022, 3:58 PM IST

ବାଲେଶ୍ବର:5 ଦୃଷ୍ଟିହୀନ ମହିଳା କ୍ରିକେଟର ଖେଳାଳିଙ୍କୁ ସମ୍ମାନିତ । ଜାତୀୟସ୍ତରୀୟ ତଥା ଓଡ଼ିଶା ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳରେ ସ୍ଥାନ ପାଇଥିବା ୫ ଜଣ ଦୃଷ୍ଟିହୀନ ଖେଳାଳିଙ୍କୁ ପ୍ରୋତ୍ସାହିତ କରାଯାଇଛି।

ବାଲେଶ୍ବର ଜିଲ୍ଲା ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯେଉଁଥିରେ ଖେଳାଳିଙ୍କ ମନୋବଳ ବଢ଼ାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଯୋଗ ଦେଇଥିଲେ। ଏଥିସହ ବିଦ୍ୟାଳୟର ନିର୍ଦ୍ଦେଶକ ଦିବାକର ସ ମଧ୍ୟ ସାମିଲ ହୋଇଥିଲେ। ଜାତୀୟସ୍ତରୀୟ ଖେଳାଳି ଫୁଲ ସୋରେନ, ସୁଲୋଚନା ସିଂ, ପଦ୍ମିନୀ ଟୁଡୁ, ମାମିନା ନାଏକ ଓ ଗୁରୁବାରୀ ବାବରାଙ୍କୁ ବାଙ୍ଗାଲୋର ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଦୃଷ୍ଟିବାଧିତ ଟି-୨୦ ମ୍ୟାଚରେ ତାଙ୍କର ଉଚ୍ଚକୋଟୀର ପାରଦର୍ଶିତା ପାଇଁ ପ୍ରଶଂସା କରାଯାଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details