ଓଡିଶା

odisha

By

Published : Nov 5, 2020, 4:42 PM IST

Updated : Nov 5, 2020, 6:04 PM IST

ETV Bharat / state

ଆଦିବାସୀଙ୍କ ପାଇଁ ରାସ୍ତାକୁ ଓହ୍ଲାଇଲେ ବେଣୁଧର ବାରିକ

ବାଲେଶ୍ବରରେ ବସ୍ତିବାସିନ୍ଦାଙ୍କ ପ୍ରତି ସରକାର ଅନ୍ୟାୟ କରୁଥିବା ଅଭିଯୋଗ କରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଘେରାଉ । ରାଷ୍ଟ୍ରୀୟ ଆଦିବାସୀ ଏକତା ମଞ୍ଚ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଅଧିକ ପଢନ୍ତୁ...

ରାଷ୍ଟ୍ରୀୟ ଆଦିବାସୀ ଏକତା ମଞ୍ଚ ପକ୍ଷରୁ ଆନ୍ଦୋଳନ
ରାଷ୍ଟ୍ରୀୟ ଆଦିବାସୀ ଏକତା ମଞ୍ଚ ପକ୍ଷରୁ ଆନ୍ଦୋଳନ

ବାଲେଶ୍ବର: ପୁଣି ଚର୍ଚ୍ଚାରେ ବସ୍ତିବାସିନ୍ଦା ନେତା ବେଣୁଧର ବାରିକ୍ ଓରଫ ବେଣୁ ମଉସା । ମୁହଁରେ ବିପ୍ଳବାତ୍ମକ ଗୀତ, ତାସାଙ୍ଗକୁ ଆନ୍ଦୋଳନର ଜୋସ୍ । ପରିଣତ ବୟସରେ ଯୁବ ଗୋଷ୍ଠୀଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ସେ ।

ରାଷ୍ଟ୍ରୀୟ ଆଦିବାସୀ ଏକତା ମଞ୍ଚ ପକ୍ଷରୁ ଆନ୍ଦୋଳନ

ତେବେ ବାଲେଶ୍ବର ସଦର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ସରକାରଙ୍କ ଅବହେଳାକୁ ତୀବ୍ର ବିରୋଧ କରିଛନ୍ତି ବେଣୁଧର ବାରିକ୍ । ଦେଶରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ହେଉଛି, ସେମାନେ ବସବାସ କରୁଥିବା ଅଞ୍ଚଳରେ ପ୍ରଶାସନ ଉଚ୍ଛେଦ କରି ସେମାନଙ୍କୁ ବାସହରା କରିଦେଉଛନ୍ତି । ଗରିବ ଆଦିବାସୀଙ୍କୁ ଜମି ପଟ୍ଟା ଦେବା ବଦଳରେ ସେମାନଙ୍କ ପ୍ରତି ସରକାର ଅନ୍ୟାୟ କରୁଥିବା ଅଭିଯୋଗ କରିଛି ରାଷ୍ଟ୍ରୀୟ ଆଦିବାସୀ ଏକତା ମଞ୍ଚ । ଏହିସବୁ ଦାବି ନେଇ ମଞ୍ଚ ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Nov 5, 2020, 6:04 PM IST

ABOUT THE AUTHOR

...view details