ବାଲେଶ୍ବର:କୁହାଯାଏ ଦୁଃଖ ଯେତେବେଳେ ଆସେ ଭାଇ ଭଉଣୀକୁ ସାଙ୍ଗରେ ନେଇ ଆସେ । ସେମିତି ଏକ ପରିବାର ଉପରେ ଦୁଃଖ ଯେମିତି ବଜ୍ର ହୋଇ ଖସି ପଡିଛି । ଏମିତି ଏକ ପରିବାର ହେଉଛି ବାଲେଶ୍ଵର ଜିଲ୍ଲା ରେମୁଣା ଏନଏସି ଅନ୍ତର୍ଗତ ୩ ନମ୍ବର ୱାର୍ଡ଼ ଅଠାନ୍ତର ଗାଁର ନାରାୟଣ ଦାସଙ୍କ ପରିବାର । ପରିବାର ସାରା ସମସ୍ତେ ଏବେ ରୋଗ ବ୍ୟାଧିର ଶିକାର ହୋଇଥିବା ବେଳେ ଆର୍ଥିକ ଅନଟନ ସେମାନଙ୍କୁ ବଞ୍ଚିବାର ସାହସ ଯୋଗାଇ ପାରୁନି ।
ନାରାୟଣ ପ୍ରାୟ ୨୦ ଦିନ ତଳେ ଘରକୁ ଫେରୁଥିବାବେଳେ ହଠାତ୍ ଚାଲିବାରେ ଅସୁବିଧା ଭୋଗିଥିଲେ । ଡାକ୍ତରୀ ପରୀକ୍ଷା ପରେ ସେ ମଧୁମେହ ରୋଗରେ ଆକ୍ରାନ୍ତ ଓ ରକ୍ତ ଶର୍କରା ସ୍ତର ବହୁତ ବଢିଯାଇଥିବା ଜଣାପଡିଥିଲା । ସେହିପରି ତାଙ୍କ ସ୍ତ୍ରୀ ବିମୂଳି ମଧ୍ୟ ଗର୍ଭାଶୟ କର୍କଟରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସ୍ୱାମୀ ସ୍ତ୍ରୀଙ୍କ ଏମିତି ଦୟନୀୟ ଅବସ୍ଥା ବେଳେ ପୁଣି ତାଙ୍କର 32 ବର୍ଷର ଏକମାତ୍ର ପୁଅ ବିଦ୍ୟାଧରଙ୍କ ହଠାତ ଦୁଇଟି କିଡନୀ ନଷ୍ଟ ହୋଇଯାଇଥିବା ଜଣାପଡିଲା । ବିଦ୍ୟାଧର ଏବେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଭଲ କରିବାକୁ ଜମିବାଡ଼ି ବିକି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ସରିଲାଣି । କିଡନୀ ପ୍ରତିରୋପଣ ପାଇଁ ମଧ୍ୟ ଅର୍ଥ ଆବଶ୍ୟକ । ମାତ୍ର ପରିବାରର ଏମିତି ଅବସ୍ଥା ବେଳେ ଅର୍ଥ ଯୋଗାଡ଼ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ ।
ଏହା ମଧ୍ୟ ପଢନ୍ତୁ: ସମୁଦ୍ରରେ ବଢିଲା ଭାରତର ଶକ୍ତି, INS ଆରିହନ୍ତରୁ ବାଲାଷ୍ଟିକ ମିସାଇଲ୍ର ସଫଳ ପରୀକ୍ଷଣ