ବାଲେଶ୍ବର: ସେ ଜଗନ୍ନାଥଙ୍କୁ ଭଲପାଆନ୍ତି, ତାଙ୍କର ଆଲ୍ଲାଙ୍କ ପ୍ରତି ପ୍ରୀତି ରହିଛି । ଏକାଧାରରେ ସେ କୋରାନ ପାଠ କରନ୍ତି, ତା ସହ ସେ ଭାଗବତ ବେଦ ବି ପଢନ୍ତି । ତାଙ୍କ କଣ୍ଠରେ ଯେମିତି ସରସ୍ବତୀ ବସିଛନ୍ତି । ସୁମଧରୁର ଭଜନ ଜଣାଣ, ଶ୍ଲୋକରେ ସେ ଶ୍ରୋତାଙ୍କୁ କରିଦିଅନ୍ତି ମନ୍ତ୍ରମୁଗ୍ଧ । ଆଉ ତାଙ୍କର ଏହି ଗଭୀର ଭକ୍ତି ଦର୍ଶାଉଛି ସର୍ବଧର୍ମ ସମାନ । ଧର୍ମନିରପେକ୍ଷାତାର ଏହି ବାର୍ତ୍ତା ବାଣ୍ଟୁଥିବା ଝିଅ ହେଲେ ବାଲେଶ୍ଵର ବାଲିଆପାଳ ବ୍ଲକ ସୂନାରୁଇ ଗ୍ରାମର ମାମୁନି ଖାତୁନ ।
ମୁସଲିମ ହେଲେ ବି ମାମୁନ ହିନ୍ଦୁ ଧର୍ମର ବେଦମନ୍ତ୍ର ବେଶ ଭଲ ଭାବରେ ଶୁମାନ୍ତି । ତାଙ୍କର ସ୍ୱର ଯେତିକି ମଧୁର ସେଭଳି ଆଲ୍ଲା ଓ ଭଗବାନଙ୍କ ପ୍ରତି ଭକ୍ତି ମଧ୍ୟ ସମତୁଲ । ପିଲାଟି ବେଳୁ ମାମୁନି ଜଗନ୍ନାଥ ଙ୍କ ପୂଜା କରିବା ସହ ହିନ୍ଦୁ ଗ୍ରନ୍ଥ ପଠନ, ବେଦ ମନ୍ତ୍ର ପ୍ରତି ବେଶ ରୁଚି ରଖିଆସିଛନ୍ତି । ହିନ୍ଦୁ ଦେବାଦେବୀଙ୍କ ମନ୍ତ୍ର ଓ ଭଜନରେ ନିପୁଣ ଏହି ମୁସଲମାନ ଝିଅ ଆଜି ନିଜ ପ୍ରତିଭା ଯୋଗୁଁ ସମସ୍ତଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ ।
ତାଙ୍କ ମୁହଁ ରୁ ଯିଏ ବି ଭଜନ ଆଉ ମନ୍ତ୍ର ଶୁଣୁଛି ସେ ମୁଗ୍ଧ ହୋଇଯାଉଛି। ମହା ମୃତ୍ଯୁଞ୍ଜୟ ମନ୍ତ୍ର , ଗଣେଶ ବନ୍ଦନା ହେଉ କି ଗୁରୁ ବନ୍ଦନା ସବୁକିଛି ତାଙ୍କ ମୁହଁରେ। ସତେ ଯେମିତି ମାଁ ସରସ୍ବତୀ ଅପାର କୃପା ଏହି ଝିଅ ଟି ଉପରେ ଅଜାଡ଼ି ଦେଇଛନ୍ତି । ମୁସଲିମ ପରିବାର ଝିଅ ହୋଇଥିଲେ ମଧ୍ଯ ହିନ୍ଦୁ ଦେବାଦେବୀ ଏବଂ ଓଡିଆ ସଂସ୍କୃତି , ପରମ୍ପରା ପ୍ରତି ବେଶ ରୁଚି ରହିଛି ତାଙ୍କର। ମୁସଲିମ ସମ୍ପ୍ରଦାୟ ର ଆଲ୍ଲା ଙ୍କୁ ମଧ୍ଯ ସେ ଭକ୍ତି କରିବା ସହ ନମାଜ ପାଠ ବି କରନ୍ତି । ଆଉ ଝିଅ ର ଏଭଳି ଆଚରଣ କୁ ପରିବାର ଲୋକେ କେବେ ବି ବିରୋଧ କରି ନାହାନ୍ତି। ବରଂ ସେମାନେ ବେଶ ଖୁସି ଅନୁଭବ କରନ୍ତି।