ଓଡିଶା

odisha

ETV Bharat / state

ଟଙ୍କା ଲୋଭ ସଜାଇଲା ହତ୍ୟାକାରୀ, ପୋଲିସ ହାତରେ ଅଭିଯୁକ୍ତ - murder in nilagiri

ଟଙ୍କା ପାଇଁ ପିଟିପିଟି ଯୁବକଙ୍କୁ ହତ୍ୟା । ବାଲେଶ୍ବର ନୀଳଗିରି ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକଙ୍କ ପରିବାରର ଅଭିଯୋଗ କ୍ରମେ ପୋଲିସ ହାତରେ ଧରାପଡିଲା ଅଭିଯୁକ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର

By

Published : Sep 10, 2019, 11:59 AM IST

ବାଲେଶ୍ଵର: ନୀଳଗିରି ଅଞ୍ଚଳରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନୀଳଗିରି ପୋଲିସ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ମୃତକ ବାବୁରାମର ମାଆ କଟି ସିଂ ବାଲେଶ୍ବର ଜେଲରେ ବିଚାରଧୀନ କଏଦୀ ଥିବାବେଳେ ବୁଧୁ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ 5 ହଜାର ଟଙ୍କା ଘରକୁ ପଠାଇଥିଲେ । ହେଲେ ଟଙ୍କା କଟି ସିଂଙ୍କ ଘରେ ନଦେଇ ନିଜେ ରଖିଦେଲା ବୁଧୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର

ଏହି ଘଟଣା ଜାଣିବା ପରେ ବାବୁରାମ ବୁଧୁକୁ ଟଙ୍କା ମାଗିଥିଲା । ସେ ଟଙ୍କାଦେବାକୁ ମନା କରିବାରୁ ଦୁହିଁଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ଏଥିରି ଉତକ୍ଷିପ୍ତ ହୋଇ ବୁଧୁ ସିଂ ବାବୁରାମ ମୁଣ୍ଡକୁ ପଥରରେ ବାରମ୍ବାର ମାରିଥିଲେ । ଫଳରେ ଗୁରୁତର ଆହତ ହୋଇଥିଲେ ବାବୁରାମ । ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏପଟେ ବାବୁରାମଙ୍କ ଭାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ABOUT THE AUTHOR

...view details