ଓଡିଶା

odisha

ETV Bharat / state

ପ୍ଲାଷ୍ଟିକ ଦୋକାନରେ ଚଢ଼ାଉ: 5 କେଜି ପ୍ଲାଷ୍ଟିକ ସହ 5 ଶହ ଫାଇନ

ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବା ଥରେ ବ୍ୟବହାର ପ୍ଲାଷ୍ଟିକ ଉପରେ କଟକଣା ଲାଗିଥିବା ବେଳେ ଗୁରୁବାର ବାଲେଶ୍ଵର ପୌରପାଳିକା ପକ୍ଷରୁ ପଲିଥିନ ଦୋକାନ ଉପରେ ଚଢ଼ାଉ କରାଯାଇଛି ।

By

Published : Oct 17, 2019, 4:12 PM IST

ପ୍ଲାଷ୍ଟିକ ଦୋକାନରେ ଚଢ଼ାଉ

ବାଲେଶ୍ବର: ପ୍ଲାଷ୍ଟିକ ଦୋକାନ ଉପରେ ବାଲେଶ୍ଵର ପୌରପାଳିକାର ଚଢ଼ାଉ । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବା ଥରେ ବ୍ୟବହୃତ ପ୍ଲାଷ୍ଟିକ ଉପରେ କଟକଣା ଲାଗିଥିବାବେଳେ ଗୁରୁବାର ବାଲେଶ୍ଵର ପୌରପାଳିକା ପକ୍ଷରୁ ପଲିଥିନ ଦୋକାନ ଉପରେ ଚଢ଼ାଉ କରାଯାଇଥିବା ଦେଖିବାକୁ ମିଳିଛି ।

ପ୍ଲାଷ୍ଟିକ ଦୋକାନରେ ଚଢ଼ାଉ

ବାଲେଶ୍ବରର ନୂଆ ବଜାରରେ ଥିବା ପ୍ଲାଷ୍ଟିକ ଦୋକାନରେ ପୌରପାଳିକା ପକ୍ଷରୁ ଚଢ଼ାଉ କରାଯାଇ 5 କେଜି ପ୍ଲାଷ୍ଟିକ ଜବତ କରିବା ସହ 5ଶହ ଟଙ୍କା ଫାଇନ କରାଯାଇଥିବା ଜଣାପଡିଛି ।

ସରକାରଙ୍କ ପକ୍ଷରୁ ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ନିଷେଧ ପାଇଁ ନିର୍ଦ୍ଦେଶ ରହିଥିବାବେଳେ ଏଥିପାଇଁ ପୌରପାଳିକା ପକ୍ଷରୁ ମାଇକ ପ୍ରଚାର କରାଯାଇ ଦୋକାନୀଙ୍କୁ ସଚେତନ କରାଯାଇଥିଲା । ଆଉ ଏବେ ଯେଉଁମାନେ ପ୍ଲାଷ୍ଟିକ ବିକ୍ରି କରୁଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଜଣାପଡିଛି । ଆଗାମୀ ଦିନରେ ସହର ସହ ବିଭିନ୍ନ ୱାର୍ଡରେ ମଧ୍ୟ ଚଢାଉ କରାଯିବ ବୋଲି ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details