ଓଡିଶା

odisha

ETV Bharat / state

ମୁକେଶ ଜୈନ ଓକିଲ ଏପି ସିଂଙ୍କ ସହ ଇଟିଭି ଭାରତର ଆଲୋଚନା - AP Singh special interview with ETV bharat

ମୁକେଶ ଜୈନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ କରି କିଛି ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଫସାଇ ଦିଆଯାଇଛି ବୋଲି ତାଙ୍କ ଓକିଲ ଏପି ସିଂ ଯୁକ୍ତି ବାଢିଛନ୍ତି । ଏହାସହ ସାଇବର କ୍ରାଇମ ପାଇଁ ତରବରିଆ ଭାବେ ମୁକେଶ ଜୈନଙ୍କୁ ବିନା ତଦନ୍ତରେ ଗିରଫ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଓକିଲ ଏପି ସିଂ
ଓକିଲ ଏପି ସିଂ

By

Published : Jul 27, 2020, 9:59 PM IST

ବାଲେଶ୍ୱର:ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଅପରାଧୀଙ୍କ ମାମଲା ଲଢ଼ି ଚର୍ଚ୍ଚାରେ ଥିଲେ ଓକିଲ ଏପି ସିଂହ । ଏବେ ବାଲେଶ୍ୱରରେ ପହଞ୍ଚିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଏପି ସିଂ । ରଥଯାତ୍ରାକୁ ନେଇ ଦାରାସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ ନ୍ୟାୟପାଳିକା ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ପୋଷ୍ଟକୁ ନେଇ ବାଲେଶ୍ୱରର ବରିଷ୍ଠ ଆଇନଜୀବୀ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିବା ପରେ ମୁକେଶ ଜୈନଙ୍କୁ ଦିଲ୍ଲୀରୁ ଗିରଫ କରାଯାଇ ବାଲେଶ୍ଵର ଜେଲରେ ରଖାଯାଇଛି ।

ମୁକେଶ ଜୈନଙ୍କ ଓକିଲ ଏପି ସିଂଙ୍କ ସହ ଇଟିଭି ଭାରତର ଆଲୋଚନା
ମୁକେଶ ଜୈନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ କରି କିଛି ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଫସାଇ ଦିଆଯାଇଛି ବୋଲି ତାଙ୍କ ଓକିଲ ଏପି ସିଂ ଯୁକ୍ତି ବାଢିଛନ୍ତି । ଏହାସହ ସାଇବର କ୍ରାଇମ ପାଇଁ ତରବରିଆ ଭାବେ ମୁକେଶ ଜୈନଙ୍କୁ ବିନା ତଦନ୍ତରେ ଗିରଫ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।ତେବେ ଏନେଇ ସେ ସମସ୍ତ ଦସ୍ତାବିଜ ସଂଗ୍ରହ କରିବା ସହ ବାଲେଶ୍ଵର ଜେଲରେ ମୁକେଶ ଜୈନଙ୍କୁ ଭେଟିଛନ୍ତି । ମୁକେଶ ଜୈନଙ୍କୁ ନିର୍ଦ୍ଦୋଷ କହିବା ସହ ବାଲେଶ୍ଵର ପୋଲିସ ଉପରେ ଆଙ୍ଗୁଳି ଉଠାଇଛନ୍ତି । ଏ ତମାମ ଦିଗ ଉପରେ ବରିଷ୍ଠ ଆଇନଜୀବୀ ଏପି ସିଂଙ୍କ ସହ ସ୍ୱତନ୍ତ୍ର ଆଲୋଚନା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details