ଓଡିଶା

odisha

ETV Bharat / state

ନୀଳଗିରି ମେଡିକାଲରେ ଅଚାନକ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ - MSME minister pratap sadangi

ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଅଚାନକ ଗସ୍ତ କରି ରୋଗୀଙ୍କୁ ଭେଟି ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । ସ୍ବାସ୍ଥ୍ୟସେବା ସୁଧାରିବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ସେ ଆଲୋଚନା କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Aug 12, 2019, 3:45 PM IST

ବାଲେଶ୍ବର: ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମେଡିକାଲରେ ରୋଗୀଙ୍କୁ ଭେଟି ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । ସ୍ବାସ୍ଥ୍ୟ ସେବା ସୁଧାରିବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ନୀଳଗିରି ମେଡିକାଲରେ ନାନା ସମସ୍ୟା ରହିଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା । ଏହି କଥା ପ୍ରତାପ ଷଡଙ୍ଗୀଙ୍କ କାନକୁ ଯାଇଥିଲା । ଏହି ଖବର ମିଳିବା ପରେ ଅଚାନକ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଚିକିତ୍ସାଳୟରେ ପହଞ୍ଚିବା କ୍ଷଣି ଚିକିତ୍ସା ଅବହେଳାର ଶିକାର ଅଭିଯୋଗ କରିଥିଲେ ରୋଗୀ। ମେଡିକାଲରେ ମନଇଚ୍ଛା ଡାକ୍ତର ଡ୍ୟୁଟିରେ ଯୋଗ ଦେବା, ବିନା କାରଣରେ ଛୁଟିରେ ରହିବା ଭଳି ସମସ୍ୟା ଉଠିଥିଲା। ତୁରନ୍ତ ମେଡିକାଲର ସମସ୍ୟା ଦୂର କରିବା ପାଇଁ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବାରମ୍ବାର ତାଙ୍କର ଏହି ନିଆରା ବ୍ୟକ୍ତିତ୍ୱ ଓ ଲୋକଙ୍କ ସୁବିଧା ଅସୁବିଧାରେ ପ୍ରତ୍ୟକ୍ଷ ଭାବରେ ସାମିଲ ରହି ସେ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।


ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details