ଓଡିଶା

odisha

ETV Bharat / state

Pratap Chandra Sarangi Met PM: ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ସାଂସଦ ପ୍ରତାପ ଷଡଙ୍ଗୀ - ପ୍ରତାପ ଷଡଙ୍ଗୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଙ୍କୁ ସାକ୍ଷାତ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ( MP Pratap Chandra Sarangi) । ଏନେଇ ନିଜେ ସାଂସଦ ପ୍ରତାପ ଷଡଙ୍ଗୀ ଟ୍ବିଟ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ସାଂସଦ ପ୍ରତାପ ଷଡଙ୍ଗୀ
ସାଂସଦ ପ୍ରତାପ ଷଡଙ୍ଗୀ

By

Published : Dec 23, 2022, 11:10 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଙ୍କୁ ସାକ୍ଷାତ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ( MP Pratap Chandra Sarangi) । ଏନେଇ ନିଜେ ସାଂସଦ ପ୍ରତାପ ଷଡଙ୍ଗୀ ଟ୍ବିଟ କରି ସୂଚନା ଦେଇଛନ୍ତି ।

କିନ୍ତୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବା ପାଇଁ ଆଜି ନିମନ୍ତ୍ରଣ କରିଥିଲେ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସାଂସଦ ଷଡଙ୍ଗୀଙ୍କୁ ଯୋଗାଯୋଗ କରାଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଡାକରା ପାଇ ସାଂସଦ ଷଡଙ୍ଗୀ ତାଙ୍କ ବାସଭବନକୁ ଯାଇ ସାକ୍ଷାତ ଆଲୋଚନା କରିଛନ୍ତି ।

ଏହାବି ପଢନ୍ତୁ- Parliament Winter Session: ସରିଲା ଶୀତ ଅଧିବେଶନ, ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସଂସଦ ମୁଲତବୀ

ତେବେ କଣ ଆଲୋଚନା ହୋଇଛି କାହିଁକି ସାଂସଦ ଷଡଙ୍ଗୀଙ୍କୁ ପ୍ରଧାନମନ୍ତ୍ରୀ ଭେଟିବା ପାଇଁ ଚାହିଁଲେ ତାହା ସ୍ପଷ୍ଟ ହୋଇନାହିଁ । ଯଦିଓ ସଂସଦର ଶୀତ ଅଧିବେଶନ ଆଜି ଶେଷ ହୋଇଛି, କିନ୍ତୁ ଅଧିବେଶନ ପାଇଁ ସମସ୍ତ ଓଡିଶା ବିଜେପି ସାଂସଦ ନୂଆଦିଲ୍ଲୀରେ ଅଛନ୍ତି । କିନ୍ତୁ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ପ୍ରଧାନମନ୍ତ୍ରୀ ଏକାକି ସାକ୍ଷାତ ଆଲୋଚନା ପାଇଁ ନିମନ୍ତ୍ରଣ କରିବା ବେଶ ଗୁରୁତ୍ବ ବହନ କରୁଛି । ସାଂସଦ ଷଡଙ୍ଗୀ ମଧ୍ୟ ଟ୍ବିଟ କରି କହିଛନ୍ତି ‘‘ମହାନ ଦୃରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବାର ସୁଯୋଗ ପାଇଲି । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି ଆଶୀର୍ବାଦ ପାଇଛି । ତାଙ୍କ ମାର୍ଗଦର୍ଶନ ମୋ ପାଇଁ ସୌଭାଗ୍ୟ । ରାଜ୍ୟବାସୀଙ୍କ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହେଲା । ମହାପ୍ରଭୁ ଜଗନ୍ନାଥ ତାଙ୍କୁ(ପ୍ରଧାନମନ୍ତ୍ରୀ)ଙ୍କୁ ଆଶୀର୍ବାଦ କରନ୍ତୁ । ’’

ଏହାବି ପଢନ୍ତୁ- DIVORCE: ସ୍ୱାମୀ ଦେଲାନି ବ୍ୟୁଟିପାର୍ଲର ଖର୍ଚ୍ଚ, ଛାଡ଼ପତ୍ର ଦେଲେ ପତ୍ନୀ

ସୂଚନାଯୋଗ୍ୟ ଯେ ପ୍ରଥମ ଥର ପାଇଁ ସାଂସଦ ହେବା ପରେ ପ୍ରତାପ ଷଡଙ୍ଗୀଙ୍କୁ ପ୍ରଧାନମନ୍ତ୍ରୀ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଥିଲେ । ପରବର୍ତ୍ତୀ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ସମୟରେ ତାଙ୍କୁ ବାଦ ଦେଇଥିଲେ ।

ABOUT THE AUTHOR

...view details