ବାଲେଶ୍ବର: ଘରୋଇ କଳିର କରୁଣ ପରିଣିତି । ଯିଏ ଦଶମାସ ଗର୍ଭରେ ଧରି ଜନ୍ମ ଦେଲା ସେ ନିଜ ହାତରେ ଛୁଆକୁ ମାରିବାକୁ ଉଦ୍ୟମ ଘଟଣା ସ୍ଥାନୀୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନିଜର ଦୁଇଟି ପିଲାଙ୍କୁ ବିଷ ଦେବା ସହ ନିଜେ ମା’ ବିଷ ପିଇଛି । ଏପରି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ତଳନଗର ପଞ୍ଚାୟତ ଗଣ୍ଡତରା ଗାଁରେ ।
ନୂଆବର୍ଷରେ ଦୁଇ ଶିଶୁଙ୍କୁ ବିଷ ଦେଇ ବିଷ ପିଇଲା ମା’ - mother Poisoning two children
ଦୁଇ ଶିଶୁକୁ ବିଷ ଦେଇ ବିଷ ପିଇଲା ମାଆ । ଏପରି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ତଳନଗର ପଞ୍ଚାୟତ ଗଣ୍ଡତରା ଗାଁରେ । ଅଧିକ ପଢନ୍ତୁ...
ଦୁଇ ଶିଶୁଙ୍କୁ ବିଷ ଦେଇ ବିଷ ପିଇଲା ମା
ଦୁଇ ଶିଶୁଙ୍କୁ ବିଷ ଦେଇ ବିଷ ପିଇଲା ମା
ସୂଚନାଅନୁସାରେ, ଗଣ୍ଡତରା ଗାଁର ଅତୁଲ ମହାକୁଡଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ଘରୋଇ କଳିରୁ ନିଜର ଦେଢ ବର୍ଷର ଦୁଇ ଯାଆଁଳା ଶିଶୁପୁତ୍ରଙ୍କୁ ବିଷ ଦେବା ସହ ନିଜେ ବିଷ ପିଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ସେମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଉଭୟ ମା ଓ ଶିଶୁଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ମହିଳାଙ୍କ ଏପରି ନିଷ୍ପତ୍ତି ସ୍ଥାନୀୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ