ବାଲେଶ୍ଵର: ଜିଲ୍ଲା ସଦର ଥାନା ଅଧିନସ୍ଥ ବଣପାରିଆ ଛକ ନିକଟରୁ ଗୁଳିକାଣ୍ଡ କରି ଲକ୍ଷାଧିକ ଟଙ୍କା ଲୁଟ୍ । ଜଣେ କମ୍ପାନୀ ଆକାଉଣ୍ଟାଟଙ୍କୁ ଗୁଳିମାଡ କରି ପ୍ରାୟ 3 ଲକ୍ଷ 20 ହଜାର ଟଙ୍କା ଲୁଟ ନେଇଛନ୍ତି ଦୁର୍ବୃତ୍ତ ।
ପ୍ରକାଶଥାଉକି, ଜେସିବି କମ୍ପାନୀର ଆକାଉଣ୍ଟାଟ ଅଶୋକ ଜେନା ଓ ଜଣେ ସିକ୍ୟୁରିଟି ଗାର୍ଡ ଟଙ୍କା ଜମା ପାଇଁ ପାଖରେ ଥିବା ବ୍ୟାଙ୍କକୁ ଯାଉଥିଲେ। ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ସେମାନଙ୍କ ପାଖରୁ ଟଙ୍କା ବ୍ୟାଗ ଛଡ଼ାଇ ନେଇଥିଲେ।