ବାଲେଶ୍ବର :ବାଲେଶ୍ଵର ଜିଲ୍ଲା ଅବକାରୀ ଓ ମୋବାଇଲ ଟିମ ନୀଳଗିରି ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି । ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ମହିଳା ଜଣକ ହେଲେ ଭଗବତି ସାମଲ । ମହିଳାଙ୍କ ନିକଟରୁ 135 ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଯାହାର ମୂଲ୍ୟ 13 ଲକ୍ଷ 5ହଜାର ଟଙ୍କା ହେବ ବୋଲି ଜଣାପଡିଛି ।
ଭଗବତୀ ଏହି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇ ଆସୁଥିଲା । ଅନ୍ୟପଟେ ଜଣେ ମହିଳା ଏକୁଟିଆ କେମିତି ଏହି କାରବାରରେ ସମ୍ପୃକ୍ତ ଅଛନ୍ତି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଡ୍ରଗ ମାଫିଆମାନେ ମଧ୍ୟ ମହିଳାମାନଙ୍କୁ ଢାଲ କରି ଏହି ବେପାର ଜୋରଦାର ଚଳାଇଥିବା ଜଣାପଡିଛି ।