ଓଡିଶା

odisha

ETV Bharat / state

ପୋଲିସ ହାତରେ 2 ମୋବାଇଲ ଲୁଟେରା, 20ଟି ସ୍ମାର୍ଟଫୋନ ଜବତ

ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି ସହଦେଵଖୁଣ୍ଟା ଆଦର୍ଶ ଥାନା ପୋଲିସ । ଏମାନଙ୍କ ନିକଟରୁ 2ଟି ବାଇକ ଓ 20ଟି ସ୍ମାର୍ଟ ଫୋନ ଜବତ ହୋଇଛି । ଏନେଇ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

By

Published : Mar 28, 2019, 10:56 PM IST

ବାଲେଶ୍ୱର: ଆକ୍ସନ ମୁଡରେ ସହଦେଵଖୁଣ୍ଟା ଆଦର୍ଶ ଥାନା ପୋଲିସ । ଗତ କିଛି ଦିନ ପୂର୍ବରୁ ଏକ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଥିବାବେଳେ ଗୁରୁବାର ପୁଣି 2ଜଣ ମୋବାଇଲ ଛିନତାଇଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ 2ଟି ବାଇକ ଓ 20ଟି ସ୍ମାର୍ଟଫୋନ ଜବତ କରିଛି ପୋଲିସ । ଗିରଫ ଲୁଟେରା ହେଲେ ବେଗୁନିଆ ଗ୍ରାମର ମନ୍ମଥ ଜେନାଙ୍କ ପୁଅ ପବିତ୍ର ଓରଫ ଚନ୍ଦନ ଓ ଗୁଡିପଦା ଗ୍ରାମର ମୋହନ କୁଣ୍ଡୁଙ୍କ ପୁଅ ସୁମନ କୁଣ୍ଡୁ ।

ଏମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରିଥାନ୍ତି । ବିଶେଷ କରି ମହିଳାଙ୍କ ନିକଟରୁ ଅଧିକ ସୁବିଧାରେ ମୋବାଇଲ ଛଡାଇ ଚମ୍ପଟ ହେବାରେ ସଫଳ ହୋଇଥାନ୍ତି । ଦୈନନ୍ଦିନ ବାଲେଶ୍ୱର ଜିଲ୍ଲାରେ ଏଭଳି ଅପରାଧିକ କାଣ୍ଡ ଘଟୁଥିବାବେଳେ ପୋଲିସର ଚିନ୍ତା ବଢିବାକୁ ଲାଗିଥିଲା । ମାତ୍ର ଆଜି ଏହି 2 ମୋବାଇଲ ଚୋରଙ୍କୁ କାବୁ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ପୋଲିସ ସେମାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ବଖାଣିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ସୂଚନାଯୋଗ୍ୟ, ଗତ 2018 ଜୁନ 14 ତାରିଖରେ ବେଗୁନିଆ ହରିପୁର ଗ୍ରାମର ରିନାରାଣୀ ଭୋଳଙ୍କ ମୋବାଇଲକୁ ଚୋରମାନେ ରାସ୍ତାରୁ ଛଡାଇନେଇଥିଲେ । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଜାରି ରଖିଥଲା । ଯେପରି ଜିଲ୍ଲାରେ ଏଭଳି ଘଟଣା ନଘଟେ, ସେ ନେଇ ପୋଲିସ ଚୋରଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲା ।

ତେବେ ମୋବାଇଲ ଚୋରଙ୍କୁ ଧରିବା ପାଇଁ ସହଦେଵଖୁଣ୍ଟା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକଙ୍କ ନୂଆ ପୋଷ୍ଟିଂ ହୋଇଥିଲା । ଶୁଭ୍ରାଂଶୁଙ୍କ ପୋଷ୍ଟିଂ ପରେ ସବଇନ୍ସପେକ୍ଟର ବିରଞ୍ଚି ସାହୁ, ଏଏସଆଇ ବିକ୍ରମ ମହାପାତ୍ର, ଏଏସଆଇ ରମାକାନ୍ତ ବସନ୍ତିଆ ଓ ହାବିଲଦାର ରମାକାନ୍ତ ସାହୁଙ୍କୁ ନେଇ ସେ ଏକ 4 ଜଣିଆ ଟିମ ଗଠନ କରିଥିଲେ । ଚୋରମାନେ ଏକ ମୋବାଇଲ ବିକ୍ରି କରିବା ପାଇଁ ହରିପୁର ଗ୍ରାମର ଅନୀଲ କୁମାରଙ୍କୁ ମସୁଧା କରିଥିଲେ । ମାତ୍ର ଅନୀଲ ମୋବାଇଲ ରସିଦ ମାଗିବାରୁ ଚୋର ମାନେ ତାହା ଦେଇ ପାରିନଥିଲେ । ଆଉ ଉକ୍ତ କଥାକୁ ନେଇ ଅନିଲଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ସେ ଏସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଯୋଜନା ପ୍ରସ୍ତୁତ କରି ଚୋରମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ପରେ ସେମାନଙ୍କୁ କାବୁ କରି ପୋଲିସ ଘଟଣାସମ୍ପର୍କରେ ପଚରାଉଚୁରା କରିଥିଲା । ରାଜ୍ୟରେ ମୋବାଇଲ ଚୋରି ରାକେଟ ସକ୍ରିୟ ଥିବାବେଳେ ପୋଲିସର ନଜର ସେମାନଙ୍କ ଉପରେ ରହିଛି ବୋଲି ସୂଚନା ମିଳିଛି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details