ବାଲେଶ୍ବର: 2019 ନିର୍ବାଚନ ବିଗୁଲ ବାଜିବା ଚଳଚଞ୍ଚଳ ହୋଇଉଠିଛି ଜିଲ୍ଲାର ଭୋଗରାଇ ନିର୍ବାଚନମଣ୍ଡଳୀ । କାହାର ହେବ ଏହି ଆସନ । କିଏ କିଣିବ ଭୋଟରଙ୍କ ମନ । ଏହାକୁ ଆରମ୍ଭ ହୋଇଯାଇଛି ଅନେକ ଆଲୋଚନା । 2004ରୁ ବିଜୟୀ ହୋଇଆସୁଥିବା ମନ୍ତ୍ରୀ ଅନନ୍ତ ଦାସ ନାଁ ଅନ୍ଚ କିଏ ଏଠାରୁ ବିଧାନସଭାକୁ ଯିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଦୀର୍ଘ 29 ବର୍ଷ ହେଲା ଏଠି ଗାଦି ଛୁଇଁପାରିନି କଂଗ୍ରେସ । ପିସିସି ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସତ୍ୟଶିବ ଦାସ 2014ରେ ଅନନ୍ତ ଦାସଙ୍କୁ କଡା ଟକ୍କର ଦେଇଥିଲେ । ଆଉ ଏବେ ସେ ଏକମାତ୍ର ଆଶାୟୀ ଥିବାରୁ ଫୁଲ ଦମରେ ନିର୍ବାଚନୀ ପ୍ରଚାର କରିବାରେ ଲାଗି ପଡିଛନ୍ତି ।
ଏହିନ ନିର୍ବାଚନମଣ୍ଡଳୀରେ ଭୋଗରାଇ ନିର୍ବାଚନୀ ମଇଦାନରେ ପଦ୍ମ ଆଶାୟୀଙ୍କ ଲାଇନ ଲମ୍ବା । 2014ରେ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପରେଶ ଚନ୍ଦ୍ର ନାୟକ, ଯୁବ ନେତା ଅଂଶୁମାନ ମହାନ୍ତି, ଯୁବ ସଙ୍ଗଠକ ମାନସ କୁମାର ମହାନ୍ତି, ସମସ୍ତେ ଏବେ ବିଜେପି ଟିକେଟ ପାଇଁ ଲବି କରୁଛନ୍ତି । ହେଲେ ଏମାନଙ୍କ ଅଙ୍କକୁ ବିଗାଡି ପାରନ୍ତି କଂଗ୍ରେସର ହାତ ଛାଡି ପଦ୍ମ ଦଳରେ ମିଶିଥିବା ଯୁବ ନେତା ସଞ୍ଜୀବ କୁମାର ସାହୁ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର ଏଥର ମନ୍ତ୍ରୀ ଅନନ୍ତ ଦାଶଙ୍କ ପାଇଁ ରହିଛି ବଡ ଚ୍ୟାଲେଞ୍ଜ । ଯଦି ସେ ବିଜେଡିରୁ ଟିକେଟ ପାଉଛନ୍ତି, ଅନ୍ୟ ଆଶାୟୀ ଥିବା ଭୋଗରାଇର ପୂର୍ବତନ ବିଧାୟକଙ୍କ ପୁତ୍ର ତଥା ବରିଷ୍ଠ ସାମ୍ବାଦିକ ଗୌତମ ବୁଦ୍ଧ ଦାସ, ଯୁବ ଆଇନଜୀବୀ ଭୂବନାନନ୍ଦ ଦାସ, ଶିକ୍ଷାବିତ ବିଦୁବେନ୍ଦୁ ପାତ୍ର, ବାଲେଶ୍ବର ଜିଲ୍ଲା ପରିଷଦର ଅଧ୍ୟକ୍ଷା ନିବେଦିତା ମହାନ୍ତି ଓ ବିଜେଡି ଜିଲ୍ଲା ସମ୍ପାଦକ ତଥା ହୁଗୁଳି ସରପଞ୍ଚ ତପନ କୁମାର ପଣ୍ଡା କେଉଁ ଆଭିମୁଖ୍ୟ ଗ୍ରହଣ କରିବେ, ସେ ଉପରେ ନିର୍ଭର କରିବା ଭୋଗରାଇ ସିଂହାସନ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ନ୍ୟୁଜ