ଓଡିଶା

odisha

By

Published : Jan 6, 2023, 11:31 AM IST

ETV Bharat / state

ମାତିଲେ ଲୁଟେରା, ବନ୍ଧୁକ ଦେଖାଇ ATMରୁ ଲୁଟିଲେ ଟଙ୍କା

ବାଲେଶ୍ବରରେ ଏଟିଏମରୁ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିବା ସହ ଲୁଟି ନେଲେ ଟଙ୍କା । ଅଧିକ ପଢନ୍ତୁ

miscreants looted money from atm machine
ମାତିଲେ ଲୁଟେରା ଗ୍ୟାଙ୍ଗ

miscreants looted money from atm machine

ବାଲେଶ୍ବର: ଜିଲ୍ଲାରେ ଲୁଟେରାଙ୍କ ଆତଙ୍କରାଜ । ବନ୍ଧୁକ ଓ ଭୁଜାଲି ଦେଖା ଆତଙ୍କ ଖେଳାଇବା ପରେ ଏସବିଆଇ ଏଟିଏମରୁ ଟଙ୍କା ଲୁଟିଲେ ଦୁର୍ବୃତ୍ତ । ନୀଳଗିରି ବରହମପୁର ଥାନା ଅଧନ ଜାମୁନା ଛକରେ ଥିବା ଏସବିଆଇର ଏକ ଏଟିଏମରୁ ଲୁଟ କରିଛନ୍ତି ଦୁର୍ବୃତ୍ତ । ଏଟିଏମରେ ଟଙ୍କା ଭର୍ତ୍ତି କରାଯାଉଥିବା ବେଳେ ୩ଟି ବାଇକରେ ୯ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଲୁଟି ନେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, କିଛିଦିନର ବ୍ୟବଧାନ ପରେ ଜିଲ୍ଲାରେ ପୁଣି ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଛନ୍ତି । ବାଲେଶ୍ଵର ଏସପି ବଦଳି ହୋଇଥିବା ବେଳେ ଏବେ ନୂତନ ଏସିପି କାର୍ଯ୍ୟରେ ଯୋଗ ଦେଇନଥିବାରୁ ଏହାର ଫାଇଦା ଉଠାଉଛନ୍ତି ଲୁଟେରା ଗ୍ୟାଙ୍ଗ । ଗତକାଲି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜାମୁନା ଛକରେ ଥିବା ଏସବିଆଇର ଏକ ଏଟିଏମରୁ ଲୁଟ କରିଥିଲେ ଲୁଟେରା । ଏଟିଏମରେ ଟଙ୍କା ଭର୍ତ୍ତି କରାଯାଉଥିବା ବେଳେ ୩ଟି ବାଇକରେ ୯ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଲୁଟି ନେଇଥିଲେ।

ଏହା ମଧ୍ୟ ପଢନ୍ତୁ-କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଦଳକୁ ମଜବୁତ ପାଇଁ ଦେଲେ ମନ୍ତ୍ର

ସେହିପରି ବ୍ୟାଙ୍କ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ୩ଲକ୍ଷ ଟଙ୍କା ଧରି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ରାସ୍ତା ଦେଇ ଖସି ପଳାଇଥିଲେ । ଏହାସହ ଉକ୍ତ ବ୍ୟାଙ୍କର ସତ୍ତ୍ବାଧିକାରୀ ଚନ୍ଦନ ସାହୁଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଖବର ପାଇ ବରହମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତନାଘନା କରୁଛି । ଲୁଟେରାମାନେ ଲୁଟ ବେଳେ ବ୍ୟବହାର କରିଥିବା ଏକ ଭୁଜାଲି ଘଟଣାସ୍ଥଳରେ ଛାଡି ଯାଇଥିବା ବେଳେ ପୋଲିସ ଏହାକୁ ଜବତ କରି ତଦନ୍ତ ଜାରି ରଖିଛି । ତେବେ ଅପରାହ୍ନ ସମୟରେ ଦିବାଲୋକରେ ଏମିତି ଏକ ଘଟଣା ଘଟିବା ସମସ୍ତଙ୍କୁ ଚକିତ କରିଛି । ଏଦିଗରେ ପୋଲିସ ପଦକ୍ଷେପ ନେବା ଜରୁରି ହୋଇପଡିଛି ।

ଗତ ମାସରେ ରାଇରଙ୍ଗପୁରରୁ ଏଟିଏମରୁ ଟଙ୍କା ଲୁଟ ଘଟଣା ସାମ୍ନାକୁ ଆସିଥିଲା । ଚାରି ଜଣ ଅଜଣା ଦୁର୍ବୃତ୍ତ ଏଟିଏମ୍ ଲୁଟ କରିବା ଉଦ୍ଦେଶ୍ୟରେ ମୋରୋଣ୍ଡା ଗାଁକୁ ଆସିଥିଲେ । ତେବେ ଏଟିଏମ୍ ଗୃହରେ ସଟର ପଡ଼ିଥିଲା ବେଳେ ପାଖ ଘରେ ଦୁଇ ତିନି ଜଣ ବ୍ୟକ୍ତି ଶୋଇଥିବା ଦେଖିବାକୁ ପାଇଥିଲେ ଦୁର୍ବୃତ୍ତ । ଏହାପରେ ସେମାନଙ୍କୁ ନିସ୍ତୁତ ମାଡ଼ମାରି ବନ୍ଧୁକ ମୁନରେ କାବୁ କରି ନେଇଥିଲେ । ପରେ ଏଟିଏମ୍ ଗୃହର ସଟରକୁ କଟର୍ ସାହାଯ୍ୟରେ କାଟି ମେସିନ ଭାଙ୍ଗି ସମସ୍ତ ଟଙ୍କା ନେଇ ଚମ୍ପଟ ମାରିଥିଲେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details