ଓଡିଶା

odisha

ETV Bharat / state

ସୁନା ଗହଣା ଲୁଟି ନେଲେ ନକଲି ପୋଲିସ - ବାଲେଶ୍ବର ଲୁଟ୍ ଘଟଣା

ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବଡବଜାର ନିକଟରୁ ପୋଲିସ୍ ପରିଚୟ ଦେଇ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଅଧିକ ପଢନ୍ତୁ...

ସୁନା ଗହଣା ଲୁଟିନେଲେ ମିଛ ପୋଲିସ
ସୁନା ଗହଣା ଲୁଟିନେଲେ ମିଛ ପୋଲିସ

By

Published : Jan 22, 2021, 10:41 PM IST

ବାଲେଶ୍ବର: ପୋଲିସ ପରିଚୟ ଦେଇ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବଡବଜାର ନିକଟରୁ ପୋଲିସ୍ ପରିଚୟ ଦେଇ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ।

ସୁନା ଗହଣା ଲୁଟିନେଲେ ମିଛ ପୋଲିସ

ଜଳେଶ୍ଵର ଥାନା ନନ୍ଦିକା ଗ୍ରାମର ସ୍ନେହଲତା ଭଞ୍ଜ ନାମକ ଜଣେ ମହିଳା ବଜାର କାମ ସାରି ଘରକୁ ଫେରୁଥିଲେ । ଦୁଇଜଣ ଯୁବକ ତାଙ୍କ ନିକଟକୁ ଆସି ପୋଲିସ ପରିଚୟ ଦେଇ ଆଗରେ ଲୁଟ ହୋଇଥିବା କାରଣରୁ ସମସ୍ତ ଗହଣା ବ୍ୟାଗ ଭିତରେ ରଖିଦେବା ପାଇଁ କହିଥିଲେ ।

ମହିଳା ଜଣକ ତାଙ୍କ କଥାରେ ବିଶ୍ବାସ କରି ସମସ୍ତ ଗହଣା ନିଜ ବ୍ୟାଗରେ ରଖିବା ପରେ ଦୁର୍ବୃତ୍ତମାନେ ତାଙ୍କଠାରୁ ବ୍ୟାଗ ଛଡାଇ ଚମ୍ପଟ ମାରିଥିଲେ । ଏନେଇ ମହିଳା ଜଣକ ଜଳେଶ୍ଵର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details