ବାଲେଶ୍ବର: ନାବାଳିକା ଭାଣିଜିକୁ ବିବାହ କରିବାକୁ ଆସି ମାମୁଁ ହଟହଟା । ଏହି ଘଟଣା ଘଟିଛି ସୋର ଥାନା ଅଞ୍ଚଳରେ। ସୋର ଥାନା ବେଲଦା ଗାଁରୁ ନାବାଳିକା ଭାଣିଜିକୁ ସୋର ବ୍ଲକ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ଉଦ୍ଧାର କରି ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରିଛି ।
ନାବାଳିକା ଭାଣିଜିକୁ ବାହା ହେବାକୁ ଆସି ମାମୁଁ ହଟହଟା - ଶିଶୁ ସୁରକ୍ଷା ସମିତି
ନାବାଳିକା ଭାଣିଜିକୁ ବିବାହ କରିବାକୁ ଆସି ମାମୁଁ ହଟହଟା । ଏହି ଘଟଣା ଘଟିଛି ସୋର ଥାନା ଅଞ୍ଚଳରେ। ପରେ ଚାଇଲ୍ଡ ଲାଇନ ଖବର ପାଇ ସେମାନଙ୍କୁ ଉଦ୍ଧାର କରିଛି ।
![ନାବାଳିକା ଭାଣିଜିକୁ ବାହା ହେବାକୁ ଆସି ମାମୁଁ ହଟହଟା](https://etvbharatimages.akamaized.net/etvbharat/prod-images/768-512-4573169-829-4573169-1569591736386.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ସୂଚନାମୁତାବକ, ଉକ୍ତ ନାବାଳିକାଙ୍କୁ ଆଗରପଡା ତକରାପାଢୀ ଅଞ୍ଚଳର ଯୁବକ ବୁବୁନ ସାହୁ ପ୍ରେମ କରୁଥିଲେ । ନାବାଳିକା ପ୍ରେମିକାକୁ ନେଇ ବୁବୁନ ଫେରାର ହୋଇଯାଇଥିଲେ । ତେବେ ଖଇରା ପୋଲିସ ଉଭୟଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଜିମା ଦେଇଥିଲେ। ଏହାପରେ ନାବାଳିକାର ବାପା ଘରେ ନଥିବା ବେଳେ ଝିଅର ମା ଉଭୟଙ୍କ ବାହାଘର ପାଇଁ ମନ୍ଦିରରେ ଆୟୋଜନ କରିଥିଲେ। ହେଲେ ଠିକ ସମୟରେ ସବୁକିଛି ଅଟକି ଯାଇଥିଲା। ଖବରପାଇ ଖଇରା ଚାଇଲ୍ଡ ଲାଇନ ସେମାନଙ୍କୁ ଉଦ୍ଧାର କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Sep 27, 2019, 9:17 PM IST