ଓଡିଶା

odisha

ETV Bharat / state

ବାପାର ଅନ୍ଧବିଶ୍ବାସ ନେଲା ଝିଅର ଜୀବନ - ଆରୁହା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳିକାର ମୃତ୍ୟୁ

ବାଲେଶ୍ୱର ଜିଲ୍ଲା ଆରୁହା ଗ୍ରାମରେ ଏକ ବିଷାକ୍ତ ସାପ କାମୁଡାରେ ଜଣେ 17 ବର୍ଷୀୟ ଝିଅର ମୃତ୍ୟୁ ହୋଇଛି । ସମୟ ଥାଇ ମଧ୍ୟ ବାପାର ଅନ୍ଧବିଶ୍ବାସ ନେଇଗଲା ଝିଅର ଜୀବନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Jul 21, 2019, 10:42 PM IST

ବାଲେଶ୍ବର: ଏକବିଂଶ ଶତାବ୍ଦୀରେ ବି ସମାଜରୁ ଥମିବାର ନାଁ ନେଉନାହିଁ ଅନ୍ଧବିଶ୍ବାସ । ଯାହାର ଜ୍ବଳନ୍ତ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଆରୁହା ପଞ୍ଚାୟତର ଆରୁହା ଗ୍ରାମରେ । ଏହି ଗ୍ରାମ ଏକ ଶିକ୍ଷିତ ଗ୍ରାମ ହୋଇଥିଲେ ମଧ୍ୟ ଏଠି ଲୋକମାନେ ଅନ୍ଧବିଶ୍ୱାସର ଶିକାର ହୋଇଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାଯୋଗ୍ୟ, ଆରୁହା ଗ୍ରାମରେ ବିମଳ ସିଂଙ୍କ ଏକମାତ୍ର 17 ବର୍ଷୀୟ ଝିଅ ବନିତା ସିଂ ଓରଫ ପୂଜା ଶନିବାର ସନ୍ଧ୍ୟାବେଳେ ସାଳିକୋ ଠାରୁ ଘରକୁ ଫେରୁଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡିଥିଲା । ଏହା ଜାଣିପାରି ସ୍ଥାନୀୟ ଲୋକେ ତାକୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ଡାକିଥିଲେ । ମାତ୍ର ପୂଜାର ବାପା ଜିଦ୍ କରି ପୂଜାକୁ ସେଠାରୁ 20 କିମି ଦୂର ପିଞ୍ଛବଣିଆରେ ଥିବା ଏକ ଚର୍ଚ୍ଚକୁ ନେଇଥିଲେ । ସେଠାରେ ଥିବା ଫାଦର ଦୀପ ଜାଳି ତାକୁ ଝଡ଼ାଫୁଙ୍କା କରିଥିଲେ । ପରେ ସେ ମନା କରିବାରୁ ଅନ୍ୟତ୍ର ଏକ ଗୁଣିଆ ପାଖକୁ ନେଇଥିଲେ । ଗୁଣିଆ ମଧ୍ୟ ମନା କରିବାରୁ ଶେଷରେ ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲକୁ ନେଇଥିଲେ । ହେଲେ ଡାକ୍ତର ରାତି 12ଟାରେ ପୂଜାକୁ ମୃତ ବୋଲି ଘୋଷଣା କରିଥିଲେ ।

ତେବେ ଆରୁହା ଗାଁରୁ ଜିକେ ଭଟ୍ଟ ହସ୍ପିଟାଲ ମାତ୍ର ଚାରି କିମି ଦୂର ହୋଇଥିଲେ ମଧ୍ୟ ପୂଜାର ବାପା ତାକୁ କାହିଁକି ପ୍ରଥମେ ହସ୍ପିଟାଲ ନେଇନଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details