ବାଲେଶ୍ବର: ପ୍ରେମିକର କଥାରେ ପଡ଼ି ପ୍ରେମିକା ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ । ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ଗ୍ରାମରେ । ନାବାଳିକାର ଆତ୍ମହତ୍ୟା ପାଇଁ ଉକ୍ତ ଯୁବକ ଜଣକ ଦାୟୀ ବୋଲି ପରିବାର ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ, ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ଆକାଶ ଲେଙ୍କା ନାମକ ଯୁବକ ଦୁଇବର୍ଷ ଧରି ଭଲ ପାଉଥିଲେ । ନାବାଳିକାଙ୍କ ବାପା ମାଆ ଏ ସମ୍ପର୍କରେ ଜାଣିବା ପରେ ଆକାଶଙ୍କ ପରିବାର ଲୋକଙ୍କୁ ଡାକି ସବୁକିଛି ଜଣାଇଥିଲେ ।
ଏହି ଘଟଣା ପରେ ନାବାଳିକା ଜଣଙ୍କ ପରିବାର ଲୋକଙ୍କ ସାମ୍ନାରେ ବିଷ ପିଇ ଦେଇଥିଲେ । ପରିବାର ଲୋକେ ନାବାଳିକାଙ୍କୁ ମେଡିକାଲ ନେଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଝିଅର ମୃତ୍ୟୁ ପାଇଁ ଆକାଶକୁ ଦାୟୀ କରି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।
ଏହା ବି ପଢନ୍ତୁ- ସାପକୁ କାମୁଡିଲା ମଣିଷ, ମଲା ସାପକୁ ବେକରେ ଗୁଡାଇ ବୁଲିଲେ