ଓଡିଶା

odisha

ETV Bharat / state

ଘର ମାଟୁ ଖସି ନାବାଳିକା ମୃତ, 2 ଆହତ - ବାହାନଗା ବ୍ଲକ ବାଜିପୁର ଗାଁ

ଆଜବେଷ୍ଟସ୍‌ ଘରର ମାଟୁ ଖସି ପଡିବାରୁ ଜଣେ ନାବାଳିକାର ମୃତ୍ୟୁ ହୋଇଛି। ଅନ୍ୟପଟେ ଏହା ଯୋଗୁଁ 2 ଜଣ ଆହତ ହୋଇଛନ୍ତି । ମୃତ ନାବାଳିକା ହେଉଛନ୍ତି ବାହାନଗା ବ୍ଲକ ବାଜିପୁର ଗାଁର ସଞ୍ଜୟ ନାୟକଙ୍କ ଝିଅ ଟ୍ବିଙ୍କିଲ ନାୟକ ।

ଡିଜାଇନ ଫଟୋ

By

Published : Sep 26, 2019, 10:44 AM IST

ବାଲେଶ୍ଵର: ଆଜବେଷ୍ଟସ୍‌ ଘରର ମାଟୁ ଖସି ପଡିବାରୁ ଜଣେ ନାବାଳିକା ମୃତ୍ୟୁ ହୋଇଛି । ଅନ୍ୟପଟେ ଏହାଯୋଗୁଁ 2 ଜଣ ଆହତ ହୋଇଥିବା ଜଣାପଡିଛି। ମୃତ ନାବାଳିକା ହେଉଛନ୍ତି ବାହାନଗା ବ୍ଲକ ବାଜିପୁର ଗାଁର ସଞ୍ଜୟ ନାୟକଙ୍କ ଝିଅ ଟ୍ବିଙ୍କିଲ ନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବୁଧବାର ରାତିରେ ଘରର ମାଟୁ ଖସି ପଡିବାରୁ 12 ବର୍ଷୀୟ ନାବାଳିକା ଟ୍ବିଙ୍କିଲଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ସଞ୍ଜୟଙ୍କ ଦୁଇଝିଅ ଜେଜେ ମାଆଙ୍କ ସହ ଘରେ ଶୋଇଥିଲେ । ରାତିରେ ଘରର ମାଟୁ ଖସି ପଡିବାରୁ ଟ୍ଵିଙ୍କିଲଙ୍କ ମୃତ୍ୟୁ ହୋଇଥିବାବେଳେ ଜେଜେମା ଓ ଅନ୍ୟ ଜଣେ ନାତୁଣୀ ଗୁରୁତର ହୋଇଥିବା ଜଣାପଡିଛି। ତେବେ ଲଗାଣ ବର୍ଷାରେ ମାଟୁ ଭେଦି ଥିବାରୁ ଏହା ଖସି ପଡିଥିବାର ଅନୁମାନ କରାଯାଉଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details