ବାଲେଶ୍ବର:ନୀଳଗିରି କୁଳଡିହା ଅଭୟାରଣ୍ୟରେ ଗୁଳିକାଣ୍ଡ । ଗୁଳି ବାଜି ଜଣେ ନାବାଳକ ଗୁରୁତର ହୋଇଥିବା ଜଣାପଡିଛି । କେହି ଶିକାର କରିବା ଉଦ୍ଦେଶ୍ୟରେ ଏପରି ଗୁଳି ଚଳାଇଥିବା ଅନୁମାନ କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ, ଗରଡି ପଞ୍ଚାୟତ ଅଧିନ ଚେକେମରା ଗ୍ରାମର ନାବାଳକ ରବୀନ୍ଦ୍ର ସିଂ ଘର ନିକଟ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବାବେଳେ ହଠାତ ତାଙ୍କ କାନ୍ଧରେ ଏକ ଗୁଳି ବାଜିଥିଲା । ନାବାଳକଙ୍କ ଡାହାଣ କହୁଣୀରେ ଗୁଳି ବାଜିଥିବା ସହ ତାଙ୍କ ବେକରେ ମଧ୍ୟ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ନାବାଳକଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।