ଓଡିଶା

odisha

ବିଜେପି ପ୍ରାର୍ଥୀ କାନ୍ଦିବା ପରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା

By

Published : Oct 23, 2020, 10:40 PM IST

ବିଜେପିର ପ୍ରାର୍ଥୀ ମାନସ ଦତ୍ତ ନିଜ ବାପାଙ୍କୁ ନେଇ ବିଜେଡି ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଉପରେ ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀରେ କାନ୍ଦିବା ପ୍ରସଙ୍ଗରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରଖିଲେ ପ୍ରତିକ୍ରିୟା । ଅଧିକ ପଢନ୍ତୁ...

ବିଜେପି ପ୍ରାର୍ଥୀ କାନ୍ଦିବା ପରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା
ବିଜେପି ପ୍ରାର୍ଥୀ କାନ୍ଦିବା ପରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ବାଲେଶ୍ଵର: ସଦର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ନିଜ ବାପାଙ୍କୁ ନେଇ ବିଜେଡି ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଉପରେ ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଥିଲେ । ଏହାକୁ ନେଇ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି।

ବିଜେପି ପ୍ରାର୍ଥୀ କାନ୍ଦିବା ପରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ବାପା ସ୍ବର୍ଗତ ମଦନ ମୋହନ ଦତ୍ତ ତାଙ୍କର ଅତ୍ୟନ୍ତ ନିକଟତର ଥିଲେ । ମାନସ ପୁଅ ଭଳି, ତେଣୁ ତାଙ୍କୁ କିମ୍ବା ତାଙ୍କ ପରିବାରକୁ ଦୁଃଖ ଦେବାଭଳି କୌଣସି ମନ୍ତବ୍ୟ ଓ କାର୍ଯ୍ୟ ସେ କରିନାହାନ୍ତି କି କରିବେ ନାହିଁ ମଧ୍ୟ । ମାନସ ଆଣିଥିବା ଅଭିଯୋଗରେ ସତ୍ୟତା ନଥିବା ବେଳେ ରାଜନୀତି ଓ ସମ୍ପର୍କ ଅଲଗା ରହିବା ଆବଶ୍ୟକ ବୋଲି କହିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ABOUT THE AUTHOR

...view details