ଓଡିଶା

odisha

ETV Bharat / state

ଅଖିମୁଠି ଅନୁକୂଳ କଲେ ସଂସ୍କୃତି ମନ୍ତ୍ରୀ, ବିଲରେ ଲଙ୍ଗଳ ବୁଲାଇଲେ ବିଧାୟକ - ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଅଖିମୁଠି ଅନୁକୂଳ କଲେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ଅଧିକ ପଢନ୍ତୁ

ଅଖିମୁଠି ଅନୁକୂଳ କଲେ ସଂସ୍କୃତି ମନ୍ତ୍ରୀ, ବିଲରେ ଲଙ୍ଗଳ ବୁଲାଇଲେ ବିଧାୟକ
ଅଖିମୁଠି ଅନୁକୂଳ କଲେ ସଂସ୍କୃତି ମନ୍ତ୍ରୀ, ବିଲରେ ଲଙ୍ଗଳ ବୁଲାଇଲେ ବିଧାୟକ

By

Published : May 3, 2022, 1:18 PM IST

ବାଲେଶ୍ଵର: ଆଜି ପବିତ୍ର ଅକ୍ଷୟ ତୃତୀୟା । ଅକ୍ଷୟ ତୃତୀୟା ଉପଲକ୍ଷେ ବାଲେଶ୍ଵରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଛି । ଏହି ଅବସରରେ ମନ୍ତ୍ରୀ ଓ ବିଧାୟକମାନେ ଅଖିମୁଠି ଅନୁକୂଳ କରିଛନ୍ତି । ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସଦର ବିଧାୟକ ସ୍ବରୂପ ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ପୂଜାର୍ଚ୍ଚନା କରିବା ପରେ କ୍ଷେତରେ ପ୍ରବେଶ କରିଥିଲେ ।

ଅଖିମୁଠି ଅନୁକୂଳ କଲେ ସଂସ୍କୃତି ମନ୍ତ୍ରୀ, ବିଲରେ ଲଙ୍ଗଳ ବୁଲାଇଲେ ବିଧାୟକ

ମନ୍ତ୍ରୀ ଜ୍ୟୋତିପ୍ରକାଶ ଅଖିମୁଠି ଅନୁକୂଳ କରିଥିଲେ । ଅନ୍ୟପଟେ ସଦର ବିଧାୟକ କ୍ଷେତରେ ଲଙ୍ଗଳ ବୁଲାଇଥିଲେ । ରାଜ୍ୟ ସରକାର କୃଷି ଓ କୃଷକମାନଙ୍କ ପାଇଁ ସ୍ବତନ୍ତ୍ର ବଜେଟ ପ୍ରସ୍ତୁତ କରି ସେମାନଙ୍କ ଉନ୍ନତି ପାଇଁ ଚିନ୍ତା କରୁଛନ୍ତି ବୋଲି କହିଥିଲେ ମନ୍ତ୍ରୀ ।

ଉଲ୍ଲେଖଯୋଗ୍ୟ, ଅକ୍ଷୟ ତୃତୀୟା ଶୁଭ ଅନୂକୁଳର ମହାପର୍ବ । ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଆଜିର ଦିନରେ ଯେଉଁ କାର୍ଯ୍ୟ ଆରମ୍ଭ କଲେ ତାହା ସୁରୁଖୁରୁରେ ହୋଇଥାଏ ବୋଲି ବିଶ୍ବାସ ରହିଛି । ବିଶେଷ କରି ଏହି ଦିନ କୃଷକଙ୍କ ପାଇଁ ବେଶ୍ ଗୁରୁତ୍ବ ବହନ କରେ । ଏବର୍ଷ ଚାଷୀମାନେ ଚାଷରେ ଲାଭବାନ ହେବେ ବୋଲି ଆଶାବାଦୀ ଅଛନ୍ତି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details