ଓଡିଶା

odisha

ETV Bharat / state

ମିଡଡେ’ ମିଲ ସଙ୍କଟ: 180 ପିଲା ଖାଉଛନ୍ତି 40 ଜଣଙ୍କ ଖାଦ୍ୟ - ମିଡ ଡେ ମିଲ ସଙ୍କଟ

ସହଦେଵଖୁଣ୍ଟାସ୍ଥିତ ମ୍ୟୁନିସିପାଲ ଉଚ୍ଚ ନୋଡାଲ ସ୍କୁଲରେ ଗୁରୁବାର 180 ପିଲା ଥିବାବେଳେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମଧ୍ୟାହ୍ନ ଭୋଜନ ପରିମାଣ କମ୍ ଥିବା ଦେଖିବାକୁ ମିଳିଥିଲା।

ମିଡ ଡେ ମିଲ ସଙ୍କଟ: 180 ପିଲାଙ୍କୁ 40 ଜଣଙ୍କ ଖାଦ୍ୟ

By

Published : Nov 14, 2019, 3:50 PM IST

ବାଲେଶ୍ବର: ନୀଳଗିରି ଓ ବାଲେଶ୍ବର ଅଞ୍ଚଳର ସ୍କୁଲକୁ ମଧ୍ୟାହ୍ନ ଭୋଜନ ଯୋଗାଉଥିବା କେନ୍ଦ୍ରୀଭୂତ ପାକଶାଳା ନାଁରେ ଆସିଛି ଆଭିଯୋଗ। ପିଲାଙ୍କ ସଂଖ୍ୟା ଅନୁସାରେ ଖାଦ୍ୟ କମ୍ ଆସିଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

ମିଡ ଡେ ମିଲ ସଙ୍କଟ: 180 ପିଲାଙ୍କୁ 40 ଜଣଙ୍କ ଖାଦ୍ୟ

ସୂଚନା ଅନୁସାରେ, ସହରର ସହଦେଵଖୁଣ୍ଟାସ୍ଥିତ ମ୍ୟୁନିସିପାଲ ଉଚ୍ଚ ନୋଡାଲ ସ୍କୁଲରେ ଗୁରୁବାର 180 ପିଲା ଥିବାବେଳେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମଧ୍ୟାହ୍ନ ଭୋଜନ ପରିମାଣ କମ୍ ଥିବା ଦେଖିବାକୁ ମିଳିଥିଲା।

40 ପିଲାଙ୍କ ପାଇଁ ଖାଦ୍ୟ ଆସିଥିବାରୁ ଏହାକୁ ନେଇ ସ୍କୁଲରେ କିଛି ସମୟ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଥିଲା। ପରେ କେନ୍ଦ୍ରୀଭୂତ ପାକଶାଳାର ଅଧିକାରୀମାନେ ଆସି ବାକି ପିଲାଙ୍କୁ ଖାଦ୍ୟ ଯୋଗାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details