ବାଲେଶ୍ୱର: ଜିଲ୍ଲାରେ କ୍ରମଶଃ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଏବେ ସଂକ୍ରମଣ ରୋକିବା ନେଇ ପ୍ରଶାସନର ଚିନ୍ତା ବଢିଛି । ପ୍ରତି ଅଞ୍ଚଳରେ ଲୋକମାନଙ୍କୁ ସଫାସୁତୁରା ତଥା ସତର୍କ ଓ ସଚେତନ ରହିବା ପାଇଁ ପରାମର୍ଶ ଦିଆଯାଇଛି।
ଯୁବକଙ୍କ ମହାନତା, ନିଜସ୍ୱ ଖର୍ଚ୍ଚରେ ବିଭିନ୍ନ ଓ୍ବାର୍ଡ କରୁଛନ୍ତି ସାନିଟାଇଜ - ଚିନ୍ତା ବଢାଉଛି କୋରୋନା
ବାଲେଶ୍ବରରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ଏନେଇ ଚିନ୍ତାରେ ପ୍ରଶାସନ ସହ ଜିଲ୍ଲାବାସୀ । ଏପରି କ୍ଷେତ୍ରରେ ଆଗକୁ ଆସିଛନ୍ତି ସନସାଇନ କ୍ଲବ ସଦସ୍ୟ। ଅଧିକ ପଢନ୍ତୁ...
![ଯୁବକଙ୍କ ମହାନତା, ନିଜସ୍ୱ ଖର୍ଚ୍ଚରେ ବିଭିନ୍ନ ଓ୍ବାର୍ଡ କରୁଛନ୍ତି ସାନିଟାଇଜ ଚିନ୍ତା ବଢାଉଛି କୋରୋନା, ନିଜସ୍ୱ ଖର୍ଚ୍ଚରେ ବିଭିନ୍ନ ଓ୍ବାର୍ଡ ସାନିଟାଇ କରୁଛନ୍ତି ସନସାଇନ କ୍ଳବ ସଦସ୍ୟ](https://etvbharatimages.akamaized.net/etvbharat/prod-images/768-512-7997025-944-7997025-1594551902314.jpg)
ଚିନ୍ତା ବଢାଉଛି କୋରୋନା, ନିଜସ୍ୱ ଖର୍ଚ୍ଚରେ ବିଭିନ୍ନ ଓ୍ବାର୍ଡ ସାନିଟାଇ କରୁଛନ୍ତି ସନସାଇନ କ୍ଳବ ସଦସ୍ୟ
ନିଜସ୍ୱ ଖର୍ଚ୍ଚରେ ବିଭିନ୍ନ ଓ୍ବାର୍ଡ ସାନିଟାଇ କରୁଛନ୍ତି ସନସାଇନ କ୍ଳବ ସଦସ୍ୟ
ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସହରର ସନସାଇନ କ୍ଳବର ସଦସ୍ୟମାନେ ନିଜସ୍ୱ ଖର୍ଚ୍ଚରେ ସହରର ବିଭିନ୍ନ ୱାର୍ଡ ସାନିଟାଇଜ କରିଛନ୍ତି । ଦୁଇ ଦିନ ଧରି କ୍ଳବ ସଦସ୍ୟମାନେ ନିଜେ ୱାର୍ଡ ୱାର୍ଡ ବୁଲି ରାସ୍ତାଘାଟ ତଥା ଲୋକଙ୍କ ଘର ସାନିଟାଇଜ କରୁଥିବା ଦେଖିବାକୁ ମିଳିଛି । ଏମିତି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି ଜଣାପଡିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ