ବାଲେଶ୍ବର: ବାଲେଶ୍ଵର ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ 'ମେଘ ମହ୍ଲାର' ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ 'ମେଘ ମହ୍ଲାର' ଚିତ୍ରକଳା ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଏହି ଚିତ୍ରକଳା ପ୍ରଦର୍ଶନୀରେ ବର୍ଷାଋତୁକୁ ନେଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶିଳ୍ପୀମାନଙ୍କ ଦ୍ଵାରା ଅଙ୍କିତ ଚିତ୍ରର ପ୍ରଶଂସା କରିଥିଲେ ଜିଲ୍ଲାପାଳ।
ଚିତ୍ରକଳାରେ ବର୍ଷାଋତୁର ଅନନ୍ୟ ଦୃଶ୍ୟ - ମେଘ ମହ୍ଲାର ଚିତ୍ର ପ୍ରଦର୍ଶନୀ
ବାଲେଶ୍ଵର ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ 'ମେଘ ମହ୍ଲାର' ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ 'ମେଘ ମହ୍ଲାର' ଚିତ୍ରକଳା ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଏହି ପ୍ରଦର୍ଶନୀରେ ଓଡ଼ିଶାର ୪୫ ଜଣ ଯୁବ ଓ ବରିଷ୍ଠ ଶିଳ୍ପୀଙ୍କ ଦ୍ଵାରା ଅଙ୍କିତ ଚିତ୍ରକଳା ସ୍ଥାନ ପାଇଛି । ଅଧିକ ପଢନ୍ତୁ
ଏହି ପ୍ରଦର୍ଶନୀରେ ଓଡ଼ିଶାର ୪୫ ଜଣ ଯୁବ ଓ ବରିଷ୍ଠ ଶିଳ୍ପୀଙ୍କ ଦ୍ଵାରା ଅଙ୍କିତ ଚିତ୍ରକଳା ସ୍ଥାନ ପାଇଛି । ଚିତ୍ରଗୁଡିକ ବର୍ଷା ଋତୁର ସୁଦୃଶ୍ୟ ଘଟଣାବଳୀ, ପର୍ବପର୍ବାଣୀ, ଗ୍ରାମ୍ୟ ଜୀବନ, ବର୍ଷାଋତୁରେ ସମୁଦ୍ର ବେଳାଭୂମିର ଦୃଶ୍ୟ, ବର୍ଷାକୁ ଦେଖି ମୟୂରର ନୃତ୍ୟ, ପଦ୍ମପୋଖରୀରେ ନାୟିକା, କାଶତଣ୍ଡି ଫୁଲର ଚିତ୍ର, ସାରୁଗଛ ମୂଳରେ ବେଙ୍ଗ ବେଙ୍ଗୁଲୀ, ହଂସ ହଂସରାଳୀ, ପକ୍ଷୀ ସାବକର ସ୍ନାନ ଓ ନଦୀର କୂଳ ଲଙ୍ଘିବାର ଦୃଶ୍ୟକୁ ଶିଳ୍ପୀମାନେ ନିଜ ତୁଳୀରେ ଜୀବନ୍ୟାସ ଦେଇଥିଲେ । ପ୍ରଦର୍ଶନୀ ଅବସରରେ ବାଲେଶ୍ଵର ଜିଲ୍ଲା ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ତଥା ସଂସ୍କୃତି ଅଧିକାରୀ ଗଗନ ବିହାରୀ, ଚିତ୍ରଶିଳ୍ପୀ ଅରୁଣ ଜେନା, କେଷୁ ଦାସ, ନିକୁଞ୍ଜ ବିହାରୀ ଦାସ, ନିତ୍ୟାନନ୍ଦ ସାହୁ ପ୍ରମୁଖ ବହୁ ବରିଷ୍ଠ ଓ ଯୁବ ଶିଳ୍ପୀମାନେ ଯୋଗ ଦେଇଥିଲେ ।
ଇଟିଭି ଭାରତ, ବାଲେଶ୍ବର