ଓଡିଶା

odisha

ETV Bharat / state

ଖବର ବାଜିଲା, ଅସହାୟଙ୍କ ନିକଟରେ ସହାୟତା ପହଞ୍ଚିଲା

Poor Family Got Help: ରୋଜଗାର ପାଇଁ ଯାଇଥିବା ଶେଖ କୁରବାନଙ୍କ ପତ୍ତା ମିଳୁନଥିବାବେଳେ ଅଭାବ ଅନଟନରେ ପରିବାର । ଖବର ପ୍ରସାରଣ ପରେ ଏହି ପରିବାରକୁ ବଢିଛି ସହାୟତାର ହାତ । ଅଧିକ ପଢନ୍ତୁ

poor family got help
ଅସହାୟଙ୍କୁ ସହାୟତା

By ETV Bharat Odisha Team

Published : Jan 4, 2024, 9:53 PM IST

ଅସହାୟଙ୍କୁ ସହାୟତା

ବାଲେଶ୍ୱର:ଖବର ବାଜିବା ପରେ ପଡିଲା ପ୍ରଭାବ । ଅସହାୟଙ୍କ ନିକଟରେ ସହାୟତା ପହଞ୍ଚି ପାରିଛି । ରୋଜଗାର ପାଇଁ ଯାଇଥିବା ଶେଖ କୁରବାନଙ୍କ ପତ୍ତା ମିଳୁନଥିବାବେଳେ ଅଭାବ ଅନଟନରେ ଥିଲେ ପରିବାର । ଏହି ଖବର ପ୍ରସାରଣ ପରେ ଜୀବନ କୁମାର ବେହେରା ଜଣେ ଔଷଧ ଦୋକାନୀ ବ୍ୟକ୍ତିଗତ ଭାବେ ଆଗାମୀ ୨ ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଇଟିଭି ଭାରତର ଖବର ଦେଖିବା ପରେ ସେ ସହାୟତା ପାଇଁ ହାତ ବଢାଇଥିବା କହିଛନ୍ତି ।

ସୂଚନା ଅନୁସାରେ, ସିମୁଳିଆ ବ୍ଲକ ଅଡା ଗ୍ରାମର ଶେଖ କୁରବାନ ଦିନ ମଜୁରିଆ ଭାବେ କାମ କରୁଥିଲେ । ସେ ରୋଜଗାର ଆଶାରେ ବାହାରକୁ ଯାଇଥିବାବେଳେ ଆଉ ଘରକୁ ଫେରି ନାହାନ୍ତି। ପରିବାର ସଦସ୍ୟ ତାଙ୍କ ବାଟ ଚାହିଁ ସବୁଦିନ ଆଖିରୁ ଲୁହ ଝରାଉଥିବା ବେଳେ ଓଳିଏ ଖାଇଲେ ଓଳିଏ ଓପାସ ରହୁଛନ୍ତି। ବାପାକୁ ଫେରାଇ ଆଣିବାକୁ କୁନି ପୁଅ ଗୁହାରି ଜମାଇଥିବା ଦେଖିବାକୁ ମିଳିଥିଲା । ଏଭଳି ସ୍ଥିତିରେ ପରିବାର ଚଳାଇବା ପାଇଁ ବହୁତ କଷ୍ଟ ହେଉଥିଲା। ଏନେଇ ଗତ ନଭେମ୍ବର ମାସ 3 ତାରିଖରେ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା। ଯାହାକୁ ଦେଖିବା ପରେ ଏହି ପରିବାରକୁ ସହାୟତା କରିଥିଲେ କିଛି ଦୋକାନୀ ।

ଏହା ମଧ୍ୟ ପଢନ୍ତୁ...ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ନରେନ୍ଦ୍ର, ବ୍ରେନ୍ ହାମ୍ରେଜ୍ ପରେ ଜୀବନ ଦୁର୍ବିସହ

ନିଷ୍ପତ୍ତି ମୁତାବକ, ଦୋକାନୀମାନେ ୧ ମାସର ରାସନ ସାମଗ୍ରୀ ପହଞ୍ଚାଇ ଏହି ପରିବାର ମୁହଁରେ ହସ ଫୁଟାଇଥିଲେ। ଏହାସହ ଅଡା ବଜାରର ଔଷଧ ଦୋକାନୀ ଜୀବନ କୁମାର ବେହେରା ମଧ୍ୟ ବ୍ୟକ୍ତିଗତ ଭାବେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀ ଯୋଗାଇଦେବେ ବୋଲି କହିଛନ୍ତି। ସୂଚନା ମୁତାବକ, ଶେଖ କୁରବାନ କେତେବେଳେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଆଉ କାମ ନମିଳିଲେ ଦୁଇ ଓଳି ଦୁଇ ମୁଠା ଖାଇବା ମିଳିବା ମୁସ୍କିଲ ହେଉଥିଲା । ହଠାତ ତାଙ୍କ ଗ୍ରାମର 2 ଜଣ ଯୁବକ ଆସି ଟ୍ରକରେ ହେଲପର ଭାବରେ କାମ କରିବା ପାଇଁ କୁରବାନକୁ ତାଙ୍କ ଘରୁ ଡାକି ନେଇଥିଲେ। ହେଲେ ୩ ମାସ ବିତିଯାଇଥିଲେ ସୁଦ୍ଧା ସେହି ଦିନଠୁ ତାଙ୍କର ପତ୍ତା ମିଳୁନାହିଁ । ତେଣୁ କେତେବେଳେ ଭିକ୍ଷା ବୃତ୍ତି କରି ତ ଆଉ କେତେବେଳେ କୁଚିଆ ଫଳ ବିକ୍ରି କରି ପରିବାର ଚଳାଉଛନ୍ତି କୁରବାନଙ୍କ ପତ୍ନୀ । ଏଭଳି ସ୍ଥିତିରେ ତାଙ୍କୁ ସହାୟତା ଯୋଗାଇ ମାନବିକତାର ପରିଚୟ ଦେଇଛନ୍ତି ଦୋକାନୀ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details