ବାଲେଶ୍ବର: ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷାଫଳ । କୋରୋନା ମହାମାରୀ ସମୟରେ ଅନେକ ଅନିଶ୍ଚିତତା ମଧ୍ୟରେ ଏହି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଫଳ ପ୍ରକାଶ ପରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବାଲେଶ୍ଵର ଜିଲ୍ଲାରେ 151ଟି ପରୀକ୍ଷା ସେଣ୍ଟରରେ 30 ହଜାର 587ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ ।
ଅନିଶ୍ଚିତତା ଭିତରେ ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ - ଚଳିତବର୍ଷ ବାଲେଶ୍ବର ଜିଲ୍ଲାରେ ପାସ ହାର
ଚଳିତବର୍ଷ ବାଲେଶ୍ବର ଜିଲ୍ଲାରେ ସମୁଦାୟ 83 ପ୍ରତିଶତରୁ ଅଧିକ ରେଜଲ୍ଟ ହୋଇଥିବା ସୂଚନା ମିଳିଛି ।
ଅନିଶ୍ଚିତତା ଭିତରେ ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ
ଅନିଶ୍ଚିତତା ଭିତରେ ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ
ଚଳିତବର୍ଷ ଜିଲ୍ଲାରେ ସମୁଦାୟ 83 ପ୍ରତିଶତରୁ ଅଧିକ ରେଜଲ୍ଟ ହୋଇଥିବା ସୂଚନା ମିଳିଛି। ପରୀକ୍ଷାରେ ପାସ୍ କରିବା ପରେ ଛାତ୍ରଛାତ୍ରୀମାନେ ନିଜ ଭବିଷ୍ୟତକୁ ନେଇ ଅନେକ ସ୍ବପ୍ନ ଦେଖିଛନ୍ତି। ବାଲେଶ୍ଵର ବାଲିଆ ସରସ୍ବତୀ ଶିଶୁ ମନ୍ଦିରରେ ପହଞ୍ଚି ଇଟିଭି ଭାରତ ପ୍ରତିନିଧି ପହଞ୍ଚି ପରୀକ୍ଷାର୍ଥୀଙ୍କ ପ୍ରତିକ୍ରିୟା ଜାଣିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ