ଓଡିଶା

odisha

ଜୁଲାଇ ପ୍ରଥମ ସପ୍ତାହରେ ବାହାରିବ ମାଟ୍ରିକ ଫଳ

By

Published : Jun 25, 2022, 12:01 PM IST

Updated : Jun 25, 2022, 12:10 PM IST

ଜୁଲାଇ ମାସ ପ୍ରଥମ ସପ୍ତାହରେ ମାଟ୍ରିକ ପରୀକ୍ଷା ରେଜଲ୍ଟ । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଧିକ ପଢନ୍ତୁ

ଜୁଲାଇ ମାସ ପ୍ରଥମ ସପ୍ତାହରେ ବାହାରିବ ମ୍ୟାଟ୍ରିକ ଫଳ: ମନ୍ତ୍ରୀ
ଜୁଲାଇ ମାସ ପ୍ରଥମ ସପ୍ତାହରେ ବାହାରିବ ମ୍ୟାଟ୍ରିକ ଫଳ: ମନ୍ତ୍ରୀ

ବାଲେଶ୍ବର:ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ଆଜି(ଶନିବାର) ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ମାଟ୍ରିକ ଫଳ କେବେ ବାହାରିବ ତାହାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମଧ୍ୟରେ ଉତ୍କଣ୍ଠା ରହିଥିଲା । ଖାତାଦେଖା ପ୍ରକ୍ରିୟା ସରିଥିବା ବେଳେ ଏବେ ଟାବୁଲେସନ ଚାଲିଛି । ତେବେ ଜୁଲାଇ ପ୍ରଥମ ସପ୍ତାହରେ ଫଳାଫଳ ବାହାରିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଯଥାଶୀଘ୍ର ପ୍ରକ୍ରିୟା ସାରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ୫ ଲକ୍ଷ ୮୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ ।

ଜୁଲାଇ ପ୍ରଥମ ସପ୍ତାହରେ ବାହାରିବ ମାଟ୍ରିକ ଫଳ
Last Updated : Jun 25, 2022, 12:10 PM IST

ABOUT THE AUTHOR

...view details