ବାଲେଶ୍ଵର: ଜିଲ୍ଲାର ରେବତୀ ଅନୁଷ୍ଠାନ ପକ୍ଷରୁ ଏକ ସମୂହ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହାଇଲାଣ୍ଡ ପରିସରରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରୁ 8 ଯୋଡ଼ା ବର କନିଆଙ୍କ ବିବାହ କରାଯାଇଛି। ଏହି ବିବାହର ମୁଖ୍ୟ ପୁରୋଧା ସାଜିଥିଲେ ସମାଜସେବୀ ତଥା ରେବତୀ ପତ୍ରିକାର ସମ୍ପାଦିକା ସୁବାସିନୀ ଜେନା। ଗରିବ ଓ ଦୁଃଖୀ ପରିବାରର ଝିଅ ବିବାହ ପାଇଁ ଯେଉଁ ସମସ୍ୟା ଦେଖା ଦେଇଥାଏ ସେ ସମସ୍ୟାକୁ ଉପଲବ୍ଧି କରି ସେମାନଙ୍କ ବିବାହ କରାଇବା ପାଇଁ ସୁବାସିନୀ ପଦକ୍ଷେପ ସ୍ବରୂପ ସମୂହ ବିବାହ ଉତ୍ସବର ଆୟୋଜନ କରିଥିଲେ।
ଅସହାୟ ପରିବାରର ସାଥୀ ‘ରେବତୀ’, ପଡ଼ିଲା 8 ଯୋଡ଼ା ବରକନିଆଙ୍କ ହାତଗଣ୍ଠି - mass marriage
ଅସହାୟ ପରିବାରର ସାଥି ସାଜିଲା ରେବତୀ । ପଡ଼ିଲା 8 ଯୋଡ଼ା ବର କନିଆଙ୍କ ହାତଗଣ୍ଠି । ବିବାହକୁ ନେଇ ଉଭୟ ବର କନିଆଙ୍କ ପରିବାର ଲୋକେ ବେଶ ଖୁସି ବ୍ୟକ୍ତ କରିଛନ୍ତି। ଅଧିକ ପଢନ୍ତୁ...
ଦୁଃଖୀ ପରିବାରର ସାଥି ସାଜିଲା ରେବତୀ,ପଡ଼ିଲା 8 ଯୋଡ଼ା ବର କନିଆଙ୍କ ହାତଗଣ୍ଠି
ଏଥିରେ ପାଞ୍ଚ ଜଣ ପୁରୋହିତ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ। କନିଆମାନଙ୍କୁ ଜାନି ଯୌତୁକ, ଘର କରଣା ଜିନିଷ ଓ ଅଳଙ୍କାର ଆଦି ପ୍ରଦାନ କରାଯାଇଛି। ଏମିତି ବିବାହକୁ ନେଇ ଉଭୟ ବର କନିଆଙ୍କ ପରିବାର ଲୋକେ ବେଶ ଖୁସି ବ୍ୟକ୍ତ କରିଛନ୍ତି। ଏହି ଉତ୍ସବର ଅନ୍ୟତମ ପୁରୋଧା ସାଜିଥିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ