ବାଲେଶ୍ବର: ଶହୀଦ ବାଘା ଯତୀନଙ୍କ 104ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ବାଲେଶ୍ବରରେ ସମାଧି ନେବା ପରେ ବୀର ବାଘା ଯତୀନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
ଏହି ଅବସରରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅନନ୍ତ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ବାଘା ଯତୀନଙ୍କ ସ୍ମୃତି ଚାରଣ କରିଥିଲେ । ଦେଶ ପ୍ରତି ତାଙ୍କର ବଳିଦାନର ଗାଥା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ଅବଗତ କରାଇଥିଲେ ।