ଓଡିଶା

odisha

By

Published : Feb 2, 2020, 4:49 PM IST

ETV Bharat / state

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ 19 ଆହତ

ବରଯାତ୍ରୀ ଯାତ୍ରୀ ଗାଡିକୁ ଧକ୍କା ଦେଲା ଟ୍ରକ । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 19 ଜଣ ଯାତ୍ରୀ ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଲା 60 ନମ୍ବର ଜାତୀୟ ରାଜପଥର ଆମ୍ବିଳିଅଠା ଛକରେ ଘଟିଛି ଏହି ଦୁର୍ଘଟଣା ।

s_ accident
ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ 19 ଆହତ

ବାଲେଶ୍ଵର: 60 ନମ୍ବର ଜାତୀୟ ରାଜପଥର ଆମ୍ବିଳିଅଠା ଛକ ଠାରେ ଏକ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ 19ଜଣ ଆହତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ 19 ଆହତ

ମିଳିଥିବା ସୂଚନା ଅନୁସାରେ,ବସ୍ତା ବ୍ଲକ୍ ଗରିପୁର ଗ୍ରାମରୁ କିଛି ଲୋକେ ପୁଅ ବାହାଘର ପାଇଁ ଜଳେଶ୍ଵର ବ୍ଲକ ସରସିଦା ଗାଁକୁ ଯାଉଥିଲେ । ଆମ୍ବିଳିଅଠା ଠାରେ ରାସ୍ତା ପାରି ହେଉଥିବାବେଳେ ଏକ ଟ୍ରକ ବରଯାତ୍ରୀ ଗାଡିକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଏଥିରେ 19 ଜଣ ଆହତ ହୋଇଥିବାବେଳେ 4 ଜଣ ଗୁରୁତର ଓ ଜଣେ ନାବାଳିକାର ମୃତ୍ୟୁ ହୋଇଛି । ମୃତ ନାବାଳିକା ଜଣଙ୍କ ହେଲେ ଗରିପୁର ଗ୍ରାମର ଭୀମ ହାଁସଦାଙ୍କ ଝିଅ ସାକରା । ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକ ଫେରାର ଥିବାବେଳେ ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details