ଓଡିଶା

odisha

ETV Bharat / state

ଜେଲରେ ପଡିଲା ପ୍ରେମୀ ଯୁଗଳଙ୍କ ହାତଗଣ୍ଠି - ଜେଲରେ ପଡ଼ିଲା ପ୍ରେମୀ ଯୁଗଳଙ୍କ ହାତଗଣ୍ଠି

ପ୍ରେମରେ ପ୍ରତାରଣା ଦେଇ ଜେଲରେ ଥିବା ପ୍ରେମିକ ସହ ପ୍ରେମିକାର ହୋଇଛି ବାହାଘର । ଅଦାଲତଙ୍କ ନିର୍ଦ୍ଦେଶ ଓ ଜେଲ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ବିକାଶ ଓ ମାମୁନିଙ୍କ ହାତଗଣ୍ଠି ଜେଲ ଭିତରେ ପଡିଥିଲା ।

marriage
marriage

By

Published : Feb 2, 2020, 7:47 PM IST

ବାଲେଶ୍ଵର: ଜେଲରେ ପ୍ରେମୀ ଯୁଗଳଙ୍କ ହାତଗଣ୍ଠି ପଡିଛି । ପ୍ରେମରେ ପ୍ରତାରଣା ଦେଇ ଜେଲରେ ଥିବା ପ୍ରେମିକ ସହ ପ୍ରେମିକାର ହୋଇଛି ବାହାଘର ।

ମିଳିଥିବା ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଖଡିକାପଦା ଅଞ୍ଚଳର ବିକାଶ ଦାସ ବାଲେଶ୍ଵର ଜିଲ୍ଲା ରୁପ୍ସା ଥାନା ଲଛମନଖୁଣ୍ଟା ଅଞ୍ଚଳର ମାମୁନି ଦାସଙ୍କୁ ଭଲ ପାଉଥିଲେ । ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କ ରଖିବା ପରେ ପ୍ରେମରେ ବିକାଶ ପ୍ରତାରଣା ଦେଇଥିଲେ ।

ଜେଲରେ ପଡିଲା ପ୍ରେମୀ ଯୁଗଳଙ୍କ ହାତଗଣ୍ଠି

ଏହାକୁ ନେଇ ମାମୁନିଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ମୂଳେ ପୋଲିସ ଗତ ଡିସେମ୍ବର ମାସରେ ବିକାଶଙ୍କୁ ଗିରଫ କରି ବାଲେଶ୍ଵର ଜେଲ ହାଜତକୁ ପଠାଇଥିଲା । ଏହାପରେ ଉଭୟ ପରିବାର ପକ୍ଷରୁ ସମାଧାନ କରିବା ପାଇଁ ଅଦାଲତରେ ଆବେଦନ କରିଥିଲେ । ଅଦାଲତଙ୍କ ନିର୍ଦ୍ଦେଶ ଓ ଜେଲ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ବିକାଶ ଓ ମାମୁନିଙ୍କ ହାତଗଣ୍ଠି ଜେଲ ଭିତରେ ପଡିଥିଲା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details