ଓଡିଶା

odisha

By

Published : Sep 8, 2020, 7:36 AM IST

Updated : Sep 8, 2020, 12:09 PM IST

ETV Bharat / state

ରହସ୍ୟମୟୀ ଲେଡିଙ୍କ ଏତଲାକୁ ନେଇ ଜବାବ ରଖିଲେ ବିସ୍ମିତ

ମାନବପ୍ରେମୀଙ୍କ ମୃତ୍ୟୁ ରହସ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ପରଦା ଉଠି ପାରୁନାହିଁ। ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ବଭିନ୍ନ ଚରିତ୍ରଙ୍କ ମଧ୍ୟ ଏଣ୍ଟ୍ରି ହେଉଛି। ତେବେ ଗଣମାଧ୍ୟମ ଆଗରେ ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳର ଯୁବତୀ ଚିନ୍ମୟୀ ମହାପାତ୍ର ନିଜକୁ ତାଙ୍କର ପୂର୍ବତନ ପ୍ରେମିକାର ପରିଚୟ ଦେଇ ଗଣମାଧ୍ୟମକୁ ଆସିବା ପରେ ଟୁଇଷ୍ଟ ବଢିଥିଲା। ଏହାପରେ ଚିନ୍ମୟୀ ଖଇରା ଥାନାରେ ଏତଲା ଦେବାପରେ ଆହୁରି ଟୁଇଷ୍ଟ ବଢ଼ିବାରେ ଲାଗିଛି।

ରହସ୍ୟମୟୀ ଲେଡିଙ୍କ ଏତଲାକୁ ନେଇ ଜବାବ ରଖିଲେ ବିସ୍ମିତ
ରହସ୍ୟମୟୀ ଲେଡିଙ୍କ ଏତଲାକୁ ନେଇ ଜବାବ ରଖିଲେ ବିସ୍ମିତ

ବାଲେଶ୍ବର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳର ଯୁବତୀ ଚିନ୍ମୟୀ ମହାପାତ୍ର ନିଜକୁ ତାଙ୍କର ପୂର୍ବତନ ପ୍ରେମିକାର ପରିଚୟ ଦେଇ ଗଣମାଧ୍ୟମକୁ ଆସିବା ପରେ ଟୁଇଷ୍ଟ ବଢିଥିଲା। ଏହାପରେ ଚିନ୍ମୟୀ ଖଇରା ଥାନାରେ ଏତଲା ଦେବାପରେ ଆହୁରି ଟୁଇଷ୍ଟ ବଢ଼ିବାରେ ଲାଗିଛି।

ବାଲେଶ୍ୱରର ବିସ୍ମିତ ଦାଶ ଆଦିତ୍ୟଙ୍କ ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିର ହାତ ଥିବା କଥା କହିଥିଲେ। ଦୁଇଦିନ ପରେ ସେ ଉକ୍ତ ଲେଡିଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଦେବେ ବୋଲି କହିଥିଲେ। ମାତ୍ର ଏହାରି ଭିତରେ ଖଇରା ଅଞ୍ଚଳର ଯୁବତୀ ଚିନ୍ମୟୀ ମହାପାତ୍ର ଗଣମାଧ୍ୟମ ସାମ୍ନାକୁ ଆସି ନିଜେ ଆଦିତ୍ୟଙ୍କ ପ୍ରେମିକା ବୋଲି ପରିଚୟ ଦେଇଛନ୍ତି।

ରହସ୍ୟମୟୀ ଲେଡିଙ୍କ ଏତଲାକୁ ନେଇ ଜବାବ ରଖିଲେ ବିସ୍ମିତ

ଅନ୍ୟପଟେ ଏନେଇ ଚିନ୍ମୟୀ ଖଇରା ଥାନାରେ ବିସ୍ମିତ ଓ ବିଦ୍ୟାଶ୍ରୀ ଓ ଅନ୍ୟ ଲୋକଙ୍କ ନାମରେ ଖଇରା ଥାନାରେ ଏତଲା ଦେଇଛନ୍ତି। ଏନେଇ ବିସ୍ମିତ ଏବେ ସିଧାସଳଖ ଚିନ୍ମୟୀଙ୍କୁ ଟାର୍ଗେଟ କରିଛନ୍ତି। ସେ ସାଇକୋ ଲେଡିର ନାମ ନେବା ପୂର୍ବରୁ କେଉଁ ଆଧାରରେ ଚିନ୍ମୟୀ ନିଜକୁ ନିଜେ ସାମ୍ନାକୁ ଆସିଲେ। ସେନେଇ ପ୍ରଶ୍ନ କରିଛନ୍ତି। ଏହାସହ ଏକ ଗଣମାଧ୍ୟମ ଉପରେ ଆକ୍ରୋଶମୂଳକ ଭାବେ ଏତଲା ଦେବା ଯୁକ୍ତିଯୁକ୍ତ ନୁହେଁ ବୋଲି ବିସ୍ମିତ ଏକ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Sep 8, 2020, 12:09 PM IST

ABOUT THE AUTHOR

...view details