ବାଲେଶ୍ବର: ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ରହସ୍ୟ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଦୁଇଜଣ ସମାଜସେବୀ ଏହାରି ଭିତରେ ଅନେକ କଥା ସାମ୍ନାକୁ ଆଣୁଛନ୍ତି। ତେବେ ବାଲେଶ୍ୱରର ଯୁବକ ବିସ୍ମିତ ଦାଶଙ୍କ ସାଇକୋ ଲେଡିର ବୟାନ ପରେ ଘଟଣା ଅନ୍ୟ ଏକ ଦିଗକୁ ଯାଇଛି।
ମାନବ ପ୍ରେମୀଙ୍କ ମୃତ୍ୟୁ ମାମଲା, ମୁହଁ ଖୋଲିଲେ ରହସ୍ୟମୟୀ ଲେଡି - psycho lady gives her statement
ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ରହସ୍ୟ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଆଦିତ୍ୟଙ୍କ ଲାଇଫର ସେହି ପୂର୍ବତନ ପ୍ରେମିକାକୁ ବର୍ତ୍ତମାନ ସାଇକୋର ଆଖ୍ୟା ଦିଆଯାଇଛି । ତେବେ ଅଧିକ ଭଲ ପାଇବା କଣ ସାଇକୋ ବୋଲି ଉକ୍ତ ଯୁବତୀ ଚିନ୍ମୟୀ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ମାନବ ପ୍ରେମୀଙ୍କ ମୃତ୍ୟୁ ମାମଲା, ମହଁ ଖୋଲିଲେ ସାଇକୋ ଲେଡି ଚିନ୍ମୟୀ
ବିସ୍ମିତଙ୍କ ବୟାନ ପରେ ଖଇରା ଅଞ୍ଚଳର ଚିନ୍ମୟୀ ମହାପାତ୍ର ଆଦିତ୍ୟ ଦାଶଙ୍କ ପ୍ରେମିକା ବୋଲି ପରିଚୟ ଦେବା ସହ ସେ ଜଣେ ସୁସ୍ଥ ମାନସିକତାର ଛାତ୍ରୀ ବୋଲି କହିଛନ୍ତି। ସେ ଆଦିତ୍ୟଙ୍କୁ ଅଧିକ ଭଲ ପାଉଥିଲେ। ହୁଏତ ଏହାକୁ ନେଇ ତାଙ୍କୁ ସାଇକୋର ଆଖ୍ୟା ଦିଆଯାଇ ପାରେ ବୋଲି ତାଙ୍କ ସହ ଆଲୋଚନା ବେଳେ କହିଛନ୍ତି।
ତେବେ ପ୍ରେମ ସମ୍ପର୍କ ଓ ପରେ ବିଚ୍ଛେଦ ଭିତରେ ଚିନ୍ମୟୀ ଆଦିତ୍ୟଙ୍କୁ ବାରମ୍ବାର ଧମକ ଦେଉଥିବା ବିଦ୍ୟାଶ୍ରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ଚିନ୍ମୟୀ କିଛି ଜାଣି ନାହାନ୍ତି ବୋଲି ମତ ଦେଇଛନ୍ତି।
Last Updated : Sep 4, 2020, 1:28 PM IST