ଓଡିଶା

odisha

ETV Bharat / state

ପ୍ରକୃତି ପ୍ରେମୀ: ପ୍ରଦୂଷଣ ମୁକ୍ତ ବାର୍ତ୍ତା ନେଇ 11 ବର୍ଷରେ 25 ରାଜ୍ୟ ଭ୍ରମଣ - ପରିବେଶ ପ୍ରେମୀ

ଜଣେ ପରିବେଶ ପ୍ରେମୀ, ପ୍ରକୃତି ବନ୍ଧୁଙ୍କ କାହାଣୀ । କେରଳ ରାଜ୍ୟର କୋଲାମ ଜିଲ୍ଲାର ବିଜୟ କୁମାର ୱାଳ କ୍ରିଷ୍ଣା ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ବାର୍ତ୍ତା ନେଇ ପ୍ରାୟ 11 ବର୍ଷ ଧରି 25ଟି ରାଜ୍ୟ ବୁଲି ବୁଲି ସଭିଁଙ୍କୁ ସଚେତନ କରୁଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

By

Published : Sep 21, 2019, 3:06 PM IST

ବାଲେଶ୍ବର: ପରିବେଶର ରକ୍ଷା ହେଲେ ଜୀବନ ରକ୍ଷା ହୋଇପାରିବ । ଆମର ଦୈନନ୍ଦିନ ଜୀବନରେ ଏହା ଏକ ଗୁରୁତ୍ବପୂର୍ଣ୍ଣ କାମ ବୋଲି କହି ପ୍ରଥମେ ଏହି କାମ କରିବା ଦରକାର ବୋଲି କହିଛନ୍ତି ବିଜୟ କୁମାର ୱାଳ କ୍ରିଷ୍ଣା । ବୟସ ସିନା ବଢିଛି ହେଲେ ଇଚ୍ଛା ଶକ୍ତି ଓ ଅଦମ୍ୟ ପ୍ରୟାସ କିନ୍ତୁ କମିନି ।

ହାପ ପ୍ୟାଣ୍ଟ, କାନ୍ଧରେ କଳା ବ୍ୟାଗ, ଦେହରେ ଗଞ୍ଜି ସହ ଗୋଟିଏ ଧଳା ଚାଦର । ନାଁ ବିଜୟ କୁମାର ୱାଳ କ୍ରିଷ୍ଣା । ଘର କେରଳ ରାଜ୍ୟର କୋଲାମ ଜିଲ୍ଲାରେ । ଏଠାରେ ନିଶ୍ଚିତ ଆପଣମାନଙ୍କ ମନରେ ପ୍ରଶ୍ନ କି ଆମେ ଏହି ବ୍ୟକ୍ତିଙ୍କ ବିଷୟରେ କାହିଁକି କହୁଛୁ । ପ୍ରକୃତରେ ଇଏ ହେଉଛନ୍ତି ଜଣେ ପରିବେଶ ପ୍ରେମୀ, ପ୍ରକୃତି ବନ୍ଧୁ । ପ୍ରକୃତିକୁ ଭଲ ପାଇଲେ ପ୍ରକୃତି ବି ଭଲପାଇବା ଦେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଆଉ ଏମିତି କିଛି ସଚେତନତା ମୂଳକ ବାର୍ତ୍ତା ନେଇ ବିଜୟ ଆଜକୁ 11 ବର୍ଷ ଧରି 25ଟି ରାଜ୍ୟ ବୁଲି ବୁଲି ସଭିଁଙ୍କୁ ସଚେତନ କରୁଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ସମାଜରେ ଅଳିଆ ଏକ ବିରାଟ ବ୍ୟାଧି ହୋଇ ଛିଡା ହୋଇଥିବାବେଳେ ଏହାକୁ ରୋକିବାରେ ପ୍ରଶାସନିକ ପଦକ୍ଷେପ ସହ ଲୋକଙ୍କ ମଧ୍ୟରେ ଆବଶ୍ୟକ ପଡେ ସଚେତନତା । ନିଜ ମୁଣ୍ଡକୁ ନେବାକୁ ପଡେ ଦାୟିତ୍ବ । ତେବେ ବିଜୟ ଏହି ବାର୍ତ୍ତା ନେଇ ପହଞ୍ଚିଥିଲେ ବାଲେଶ୍ଵରରେ । ଜିଲ୍ଲାପାଳଙ୍କ ଅଫିସ ନିକଟରେ ସ୍ପଷ୍ଟ ଭାବେ ହିନ୍ଦୀ ଓ ଓଡ଼ିଆ କହିପାରୁନଥିବା ବିଜୟ ପରିବେଶ ଉପରେ ଲୋକଙ୍କୁ ବାଣ୍ଟୁଥିଲେ ଜ୍ଞାନ । ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ଯାଇ ସେଠାରେ ଲୋକଙ୍କୁ ବାୟୋ ମେଡିକାଲ ଅଳିଆର ଅପକାରିତା ସମ୍ପର୍କରେ ବୁଝାଇଥିଲେ ।

ଆଇଆଇଟି ବମ୍ବେରେ ରିସର୍ଚ୍ଚ କରୁଥିବା ବିଜୟ ହଠାତ ଦିନେ ପ୍ରଦୂଷଣ ମୁକ୍ତ ସମାଜ ଗଠନ ପାଇଁ ଅଣ୍ଟା ଭିଡିଥିଲେ । ପରିବେଶ ପ୍ରଦୂଷଣ ଯୋଗୁଁ ମାନବ ଜାତିର କି ପ୍ରକାର କ୍ଷତି ହେଉଛି ସେହି ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଜାରି ରଖିଛନ୍ତି ପ୍ରୟାସ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details