ଓଡିଶା

odisha

ETV Bharat / state

ଫେସ୍‌ବୁକରେ ଲାଇଭ କରି ସୁଇସାଇଡ କଲେ ଯୁବକ - man committed suicide live on Facebook

ବାଲେଶ୍ବରରେ ସୋସିଆଲ ମିଡ଼ିଆରେ ଯୁବକଙ୍କ ଆତ୍ମହତ୍ୟା ଭିଡ଼ିଓ ଭାଇରାଲ। ବାଲେଶ୍ଵର ଜିଲ୍ଲା ଖଇରା ଥାନା ମିଟୁଆଣି ଗ୍ରାମର ପିତାମ୍ବର ଲେଙ୍କା ମୃତ୍ୟୁ ପୂର୍ବରୁ ନିଜ ଫେସବୁକରେ ଆତ୍ମହତ୍ୟାର ଭିଡିଓ ପୋଷ୍ଟ କରିଛନ୍ତି। ମୃତ୍ୟୁ ପରେ ଖଇରା ପୋଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ଫେସ୍‌ବୁକରେ ଲାଇଭ କରି ସୁଇସାଇଡ କଲେ ଯୁବକ
ଫେସ୍‌ବୁକରେ ଲାଇଭ କରି ସୁଇସାଇଡ କଲେ ଯୁବକ

By

Published : Jul 12, 2020, 12:16 AM IST

ବାଲେଶ୍ବର: କୋରୋନା କାଳରେ ଆତ୍ମହତ୍ୟା ଭଳି ଘଟଣା ଭାରତରେ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ମାନସିକ ଅବସାଦ , ଆର୍ଥିକ ସମସ୍ୟା ଭଳି ଭିନ୍ନ ଭିନ୍ନ ସମସ୍ୟା କାରଣରୁ ସୁଇସାଇଡ ଭଳି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି । ଏଭଳି ସ୍ଥିତିରେ ବାଲେଶ୍ବରରେ ସୋସିଆଲ ମିଡ଼ିଆରେ ଯୁବକଙ୍କ ଆତ୍ମହତ୍ୟା ଭିଡ଼ିଓ ଭାଇରାଲ। ବାଲେଶ୍ଵର ଜିଲ୍ଲା ଖଇରା ଥାନା ମିଟୁଆଣି ଗ୍ରାମର ପିତାମ୍ବର ଲେଙ୍କା ମୃତ୍ୟୁ ପୂର୍ବରୁ ନିଜ ଫେସବୁକରେ ଆତ୍ମହତ୍ୟାର ଭିଡିଓ ପୋଷ୍ଟ କରିଛନ୍ତି। ମୃତ୍ୟୁ ପରେ ଖଇରା ପୋଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ଫେସ୍‌ବୁକରେ ଲାଇଭ କରି ସୁଇସାଇଡ କଲେ ଯୁବକ

ସୂଚନା ଅନୁସାରେ, ଏକ ବର୍ଷ ତଳେ ପିତାମ୍ବରଙ୍କର ସ୍ତ୍ରୀ କୌଣସି କାରଣ ରୁ ମୃତ୍ୟୁ ବରଣ କରିଥିଲେ ସେହିଦିନ ଠାରୁ ପିତାମ୍ବର ମାନସିକ ଚାପ ରହୁଥିବା ନେଇ ସୂଚନା ମିଳିଛି । ପିତାମ୍ବରଙ୍କର 11 ବର୍ଷର ଗୋଟିଏ ଝିଅ ଓ 5 ବର୍ଷର ଗୋଟିଏ ପୁଅ ଅଛି । ପୋଲିସ ପାଖରେ କିଛି ଅଭିଯୋଗ ହୋଇନଥିବାବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବଦ କରି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details