ଓଡିଶା

odisha

By ETV Bharat Odisha Team

Published : Oct 18, 2023, 4:41 PM IST

ETV Bharat / state

ବାଲେଶ୍ବରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ

ବାଲେଶ୍ଵର ଟାଉନ ଥାନା ଅର୍ନ୍ତଗତ ଗୋପାଳ ଗାଁ ପ୍ରଜ୍ଞାଭାରତୀ ଶିକ୍ଷା କେନ୍ଦ୍ର ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ । ଅଧିକ ପଢନ୍ତୁ

man brutally attacked by miscreants
man brutally attacked by miscreants

man brutally attacked by miscreants

ବାଲେଶ୍ବର:ପୂଜା ପୂର୍ବରୁ ଆରମ୍ଭ ହେଲାଣି ଛିନତାଇ ଏବଂ ଗୁଣ୍ଡାଗର୍ଦ୍ଦି । ବିଳମ୍ବିତ ରାତିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ । ଏଭଳି ଘଟଣା ଘଟିଛି ବାଲେଶ୍ଵର ଟାଉନ ଥାନା ଅର୍ନ୍ତଗତ ଗୋପାଳ ଗାଁ ପ୍ରଜ୍ଞାଭାରତୀ ଶିକ୍ଷା କେନ୍ଦ୍ର ଛକରେ । ତେବେ ଗୁରୁତର ଯୁବକଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଗୁରୁତର ଯୁବକ ହେଲେ ଗୋପାଳ ଗାଁ ଶ୍ରୀବିହାର କଲୋନୀର ମନୋଜ ପାଲକା ।

ସୂଚନା ଅନୁସାରେ, ବାଲେଶ୍ଵରର ଗୋପାଳ ଗାଁ ପ୍ରଜ୍ଞାଭାରତୀ ଶିକ୍ଷା କେନ୍ଦ୍ର ଛକ ଠାରେ ବାଇକ ଚାଳକଙ୍କୁ ଅଜଣା ଦୁର୍ବୃତ୍ତ ଅଟକାଇ ଛିନତାଇ ଉଦ୍ୟମ କରି ଭୁଜାଲିରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ବାଇକ୍ ଚାଳକ ଗୁରୁତର ହୋଇଥିବା ବେଳେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପଦାକୁ ବାହାରି ଆସିବାରୁ ଆକ୍ରମଣକାରୀ ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିଲା । ତେବେ ଗୁରୁତର ମନୋଜ ପାଲକା ଜଣେ ବ୍ୟାଙ୍କ କର୍ମଚାରୀ ବୋଲି ଜଣାପଡିଛି । ତାଙ୍କର ସମ୍ପର୍କୀୟଙ୍କୁ ଷ୍ଟେସନରେ ଛାଡି ଫେରୁଥିବା ବେଳେ ଏମିତି ଘଟଣା ଘଟିଥିବା କଥା ଜଣାପଡିଛି । ତେବେ ସ୍ଥାନୀୟ ଲୋକେ ଗୁରୁତର ମନୋଜଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ପୋଲିସକୁ ଖବର ଦେଇଥିଲେ । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ- ବନ୍ଧା ହେଲେ ସୁପର ବାଇକ ଛିନତାଇ ଗ୍ୟାଙ୍ଗ, ଦିନରେ ମାଛ ବେପାର ରାତିରେ କରୁଥିଲେ ଗାଡି ଚୋରି

ପ୍ରକାଶ ଥାଉକି, କିଛିଦିନ ପୂର୍ବେ ଭୁବନେଶ୍ବର ଫରେଷ୍ଟ ପାର୍କ ଅଞ୍ଚଳରୁ ସୁପର ବାଇକରେ ଆସି ଛିନତାଇ କରୁଥିବା ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଫରେଷ୍ଟ ପାର୍କ ଅଞ୍ଚଳରୁ ୨ଟି ବାଇକ ଚୋରିର ତଦନ୍ତ ବେଳେ ବାଇକ ଚୋର ସମ୍ପର୍କରେ ଜାଣିବାକୁ ପାଇଥିଲା ପୋଲିସ । ସେମାନେ ଏକ ନୂଆ ଧରଣର ଟ୍ରିକ୍ ଆପଣାଇ ଦିନରେ ମାଛ ବିକ୍ରି କରି ରାତି ହେଲେ ଅପରାଧିକ କାମରେ ଲିପ୍ତ ରହୁଥିବା ଜଣାପଡିଛି । ଏପରିକି ଭିଡର ସୁଯୋଗ ନେଇ କିଛି ଗାଡ଼ିକୁ ମଧ୍ୟ ଚୋରି କରୁଥିଲା । ତା'ର ଏଭଳି କାରନାମା ଧରାପଡ଼ିବା ପରେ ସେ ଚୋରି କରିଥିବା 3ଟି ଗାଡି ସିଜ୍ କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details