ବାଲେଶ୍ଵର: ଜିଲ୍ଲାର ଖନ୍ତାପଡ଼ା ଥାନା 16 ନଂ ଜାତୀୟ ରାଜପଥ କଡରେ ରହିଛି ମାଆ ଦାଣ୍ଡକାଳୀଙ୍କ ମନ୍ଦିର। ମାଆଙ୍କ ମାହାତ୍ମ୍ୟ ଅବର୍ଣ୍ଣନୀୟ, ଭକ୍ତର ଅଳି ସବୁବେଳେ ପୂର୍ଣ୍ଣ ହୋଇଥିବା ବିଶ୍ବାସ ରହିଛି । ଏମିତି କିଛି ବିଶ୍ବାସ ଓ ମନସ୍କାମନା ନେଇ ପ୍ରତିଦିନ ମାଆ ଦାଣ୍ଡକାଳୀଙ୍କ ପାଖରେ ଜମେ ଲୋକଙ୍କ ଭିଡ଼ ।
ଦାଣ୍ଡକାଳୀଙ୍କୁ ଜଙ୍ଗଲର ଦେବୀ ମଧ୍ୟ କୁହାଯାଏ । ପ୍ରତିଦିନ ମାଆଙ୍କ ବେଶ ସାଙ୍ଗକୁ ଆଳତି କରାଯାଏ । ଦୀପାବଳି ରାତିସାରା ମାଆଙ୍କ ପୂଜାର୍ଚ୍ଚନା ସହ ଯଜ୍ଞ ଆଦି ଅନୁଷ୍ଠିତ ହୋଇଥାଏ । 3 ଦିନ ଧରି ମାଆଙ୍କ ପାଖରେ ଚାଲେ ହରିନାମ ସଂକୀର୍ତ୍ତନ । ପ୍ରତ୍ୟେକ୍ଷ ଠାକୁରାଣୀ ମାଆ ଦାଣ୍ଡକାଳୀଙ୍କ ମନ୍ଦିର ଦେଇ ଯିବା ଆସିବା କରୁଥିବା ହଜାର ହଜାର ଗାଡି ମାଆଙ୍କ ସାନିଧ୍ୟ ଲାଭ କରି ଗନ୍ତବ୍ୟସ୍ଥଳକୁ ଯାଇଥାନ୍ତି।