ଓଡିଶା

odisha

ETV Bharat / state

ବାଲେଶ୍ବରରେ ଅଲୌକିକ ଘଟଣା, ସ୍ବପ୍ନାଦେଶ ପରେ ମାଟିତଳୁ ବାହାରିଲେ ମହାବାହୁ - ବାଲେଶ୍ବର ମୂର୍ତ୍ତି ଉଦ୍ଧାର ଖବର

ମାଟିତଳୁ ବାହାରିଲେ ମହାପ୍ରଭୂ ଶ୍ରୀଜଗନ୍ନାଥ । ସ୍ବପ୍ନାଦେଶ ପରେ ମାଟିତଳୁ ବାହାରିଲେ ମହାବାହୁ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଆରୁହାବାଡ଼ ଗ୍ରାମର କମଳାକାନ୍ତ ଅଗସ୍ତିଙ୍କ ଘର ପାଖରୁ ଏହି ମୂର୍ତ୍ତି ବାହାରିଛି । ଅଧିକ ପଢନ୍ତୁ

ସ୍ବପ୍ନାଦେଶ ପରେ ମାଟିତଳୁ ବାହାରିଲେ ମହାବାହୁ
ସ୍ବପ୍ନାଦେଶ ପରେ ମାଟିତଳୁ ବାହାରିଲେ ମହାବାହୁ

By

Published : Oct 13, 2022, 5:48 PM IST

ବାଲେଶ୍ବର: ସହରରେ ଅଲୌକିକ ଘଟଣା । ମାଟିତଳୁ ବାହାରିଲେ ମହାପ୍ରଭୂ ଶ୍ରୀଜଗନ୍ନାଥ । ସ୍ବପ୍ନାଦେଶ ପରେ ମାଟିତଳୁ ବାହାରିଲେ ମହାବାହୁ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଆରୁହାବାଡ଼ ଗ୍ରାମର କମଳାକାନ୍ତ ଅଗସ୍ତିଙ୍କ ଘର ପାଖରୁ ଏହି ମୂର୍ତ୍ତି ବାହାରିଛି । କମଳାକାନ୍ତଙ୍କ ପୁଅ ଦିଲ୍ଲୀପଙ୍କୁ ସ୍ବପ୍ନାଦେଶ ପରେ ମାଟିତଳୁ ମହାପ୍ରଭୂଙ୍କୁ ଖୋଳି ବାହାର କରାଯାଇଛି ।

ସ୍ବପ୍ନାଦେଶ ପରେ ମାଟିତଳୁ ବାହାରିଲେ ମହାବାହୁ

ସୂଚନାଅନୁସାରେ, କମଳାକାନ୍ତଙ୍କ ପୁଅ ଦିଲ୍ଲୀପଙ୍କୁ ବହୁଦିନ ଧରି ସ୍ୱପ୍ନାଦେଶ ହୋଇ ଆସୁଥିଲା । ସ୍ୱପ୍ନାଦେଶ ଅନୁସାରେ ଉକ୍ତ ସ୍ଥାନରେ ମହାପ୍ରଭୁ ରହିଥିବା କୁହାଯାଇଥିଲା । ଏହାପରେ ଉକ୍ତ ସ୍ଥାନରେ ଖୋଳାଖୋଳି ଆରମ୍ଭ ହୋଇଥିଲା । ପ୍ରାୟ ଚାରି ଫୁଟ ଖୋଳିବା ପରେ ସେଠାରୁ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ମିଳିଥିଲା । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଆରୁହାବାଡ଼ ଗ୍ରାମର କମଳାକାନ୍ତ ଅଗସ୍ତିଙ୍କ ଘର ପାଖରୁ ଏହି ମୂର୍ତ୍ତି ବାହାରିଛି ।

ଏହା ମଧ୍ୟ ପଢନ୍ତୁ: ଚାଲିଗଲା ଆର୍ମୀ ଡଗ୍‌ ଜୁମ୍‌, ଆତଙ୍କୀ ଅପରେସନ ବେଳେ ଦେହରେ ବାଜିଥିଲା ଦୁଇ ଗୁଳି

ବିଗ୍ରହ ମିଳିବା ପରେ ପୂଜାରୀ ସେଠାରେ ପୂଜାର୍ଚ୍ଚନା କରିଥିଲେ । ଏବେ ଉକ୍ତ ଅଞ୍ଚଳରେ ଲୋକଙ୍କ ବେଶ ଭିଡ଼ ଦେଖିବାକୁ ମିଳିଛି । ଏମିତି ଅଲୌକିକ ଦୃଶ୍ୟ ନେଇ ଉକ୍ତ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ସ୍ଥାନୀୟଲୋକେ ମହାବାହୁଙ୍କୁ ମାଟିତଳୁ ଉଦ୍ଧାର କରି ଏକ ସ୍ଥାନରେ ରଖି ପୂଜାର୍ଚ୍ଚନା କରୁଥିବା ଦେଖାଦେଇଛି ।

ଏହା ମଧ୍ୟ ପଢନ୍ତୁ:କଟକରେ ଅଲୌକିକ ଘଟଣା, ସ୍ବପ୍ନାଦେଶ ପରେ ମାଟିତଳୁ ବାହାରିଲା ୧୩ ପିତ୍ତଳ ମୂର୍ତ୍ତି

ସୂଚନାଯୋଗ୍ୟ ଯେ, ବିରିବାଟୀ ସ୍ଥିତ ନାହାଭଙ୍ଗା ଗାଁରେ ଜଣେ ଯୁବକଙ୍କୁ ସ୍ବପ୍ନାଦେଶ ପରେ ମାଟିତଳୁ ୧୩ ପିତ୍ତଳ ମୂର୍ତ୍ତି ବାହାର କରାଯାଇଥିଲା । ବିରିବାଟୀ ସ୍ଥିତ ନାହାଭଙ୍ଗା ଗାଁରେ ଦେଖିବାକୁ ମିଳିଛି ଅଲୌକିକ ଘଟଣା । ଗ୍ରାମର ଦୀନବନ୍ଧୁ ବେହେରାଙ୍କ ଘରୁ ମାଟିତଳୁ ବାହାରିଥିଲା ଏକ ଶାଳଗ୍ରାମ ସମେତ 13ଟି ପିତ୍ତଳ ମୂର୍ତ୍ତି । ସୂଚନା ଅନୁସାରେ, କିଛି ଦିନ ତଳେ ଦୀନବନ୍ଧୁଙ୍କ ଘରର ଏକ କେଠାରୀ ତଳେ ଠାକୁରଙ୍କ ମୂର୍ତ୍ତି ଥିବା ରାତିରେ ସ୍ବପ୍ନାଦେଶ ହୋଇଥିଲା । ଏହା ପରେ ଆପେଆପେ ଘରର ଚଟାଣ ଫାଟିଥିଲା । ପରେ ଠାକୁରଙ୍କ ସ୍ବପ୍ନାଦେଶ ଅନୁଯାୟୀ ମାଟି ଖୋଳି ଠାକୁରଙ୍କ ମୂର୍ତ୍ତି ଉଦ୍ଧାର କରାଯାଇଥିଲା । ଉଦ୍ଧାର ମୂର୍ତ୍ତି ମଧ୍ୟରେ ଗରୁଡ, ବ୍ରହ୍ମା, ବିଷ୍ଣୁ, ମହେଶ୍ବର, ଗଣେଷ, ସରସ୍ୱତୀ, ବୃଷଭ, ଶାଳଗ୍ରାମ, ରାମ ଅଭିଷେକ, ଶିବ, ନାରାୟଣ ଏବଂ ଅଷ୍ଟଭୂଜା ମା' ଦୂର୍ଗାଙ୍କ ମୂର୍ତ୍ତି ରହିଥିଲା । ତେବେ ମୂର୍ତ୍ତିଗୁଡିକ ଉଦ୍ଧାର ପରେ ପ୍ରତ୍ନତତ୍ତ୍ଵ ବିଭାଗ ଘରେ ପହଞ୍ଚି ପରୀକ୍ଷା ନିରୀକ୍ଷା କରିଥିଲେ । ଏହି ପୁରାତନ ମୂର୍ତ୍ତିକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details