ଓଡିଶା

odisha

ETV Bharat / state

ସୋରରେ ପୁଣି ଏଟିଏମ ତାଡିଲେ ଲୁଟେରା

ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳ ମାଣିପୁର ବଜାରର ସେଣ୍ଟ୍ରାଲ ବ୍ଯାଙ୍କ ଏଟିଏମ ଲୁଟ । ଏଟିଏମରୁ କେତେ ଟଙ୍କା ଲୁଟ ହୋଇଛି, ତାହା ଜଣାପଡିନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Aug 7, 2019, 2:56 PM IST

ବାଲେଶ୍ୱର: ସୋର ଥାନା ଅଞ୍ଚଳରେ ପୁଣି ଏଟିଏମ ଲୁଟ ହୋଇଥିବା ଜଣାପଡିଛି । ବାରମ୍ବାର ଲୁଟେରାମାନେ ଏଟିଏମ ତାଡି ଟଙ୍କା ଲୁଟି ନେଉଥିବାବେଳେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ସାଧାରଣ ଲୋକ ପ୍ରଶ୍ନ ଉଠାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର


ସୋର ଥାନା ମାଣିପୁର ବଜାରର ସେଣ୍ଟ୍ରାଲ ବ୍ଯାଙ୍କ ଏଟିଏମକୁ ଲୁଟେରାମାନେ ଲୁଟି ନେଇଥିବା ଦେଖିବାକୁ ମିଳିଛି । ଏଟିଏମକୁ ସାବଳରେ ତଡାଯାଇ ଲୁଟ ହୋଇଛି । ଏଟିଏମରୁ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡିନାହିଁ । ସୋର ପୋଲିସ ଖବର ପାଇ ଏଟିଏମର ସଟର ପକାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details