ଓଡିଶା

odisha

ETV Bharat / state

ଲକଡାଉନ ପ୍ରଭାବ: ଅନଲାଇନ ଶିକ୍ଷାଦାନ ପିଲାଙ୍କୁ ଧରାଇଲା ସ୍ମାର୍ଟଫୋନ୍ - balasore news

କୋରୋନା ମହାମାରୀ ଲକଡାଉନ ଯୋଗୁଁ ଅଗଷ୍ଟ 31 ତାରିଖ ଯାଏଁ ବନ୍ଦ ରହିଛି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ପିଲାମାନଙ୍କ ପାଠପଢା ଯେପରି ବ୍ୟାଘାତ ନହେଉ ସେଥିପ୍ରତି ଦୃଷ୍ଟି ରଖି ସ୍କୁଲ କଲେଜ ତଥା ଶିକ୍ଷାନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି ଅନଲାଇନ ଶିକ୍ଷାଦାନ । ହେଲେ ଜଣେ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକପାଇଁ ଏକ ନୂଆ ମୋବାଇଲ କିଣି ପିଲାଙ୍କୁ ଯୋଗାଇବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଛି ।

Lockdown effect: Smartphones catch children teaching online
ଲକଡାଉନ ପ୍ରଭାବ: ଅନଲାଇନ ଶିକ୍ଷାଦାନ ପିଲାଙ୍କୁ ଧରାଇଲା ସ୍ମାର୍ଟଫୋନ୍

By

Published : Jul 30, 2020, 9:47 PM IST

Updated : Jul 30, 2020, 11:05 PM IST

ବାଲେଶ୍ବର: କୋରୋନା ମହାମାରୀ ଲକଡାଉନ ଯୋଗୁଁ ଅଗଷ୍ଟ 31 ତାରିଖ ଯାଏଁ ବନ୍ଦ ରହିଛି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ପିଲାଙ୍କ ପାଠପଢା ଯେପରି ବ୍ୟାଘାତ ନହେଉ ସେଥିପ୍ରତି ଦୃଷ୍ଟି ରଖି ସ୍କୁଲ କଲେଜ ତଥା ଶିକ୍ଷାନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି ଅନଲାଇନ ଶିକ୍ଷାଦାନ ।

ଅନଲାଇନ ଶିକ୍ଷାଦାନ ପାଇଁ ଶିକ୍ଷକମାନେ ବିଭିନ୍ନ ବିଷୟବସ୍ତୁ ମୋବାଇଲ ମାଧ୍ୟମରେ ପିଲାମାନଙ୍କ ପାଖକୁ ପଠାଉଛନ୍ତି । ପିଲାମାନେ ସେସବୁ ଦେଖି ପଢିବା ସହ ଯେଉଁଠି କିଛି ସନ୍ଦେହ ରହୁଛି ସେମାନେ ପୁଣି ଶିକ୍ଷକମାନଙ୍କୁ ପଚାରୁଛନ୍ତି। ଏମିତି ଅନଲାଇନ ଶିକ୍ଷା ଦ୍ବାରା ପିଲାମାନଙ୍କ ଏ ଛୁଟି ସମୟରେ ପାଠପଢ଼ା ସହ ସମ୍ପର୍କ ସ୍ଥାପନ ହୋଇଛି ସତ ହେଲେ ଅଭିଭାବକମାନଙ୍କ ଚିନ୍ତା ବଢ଼ିଛି । ଅନଲାଇନ ଶିକ୍ଷା ପାଇଁ ଆବଶ୍ୟକ ହେଉଛି ସ୍ମାର୍ଟ ମୋବାଇଲ ଓ ହାଇସ୍ପୁଡ଼ ଇଣ୍ଟରନେଟ। ଯେଉଁଠି ଉତ୍ତମ ନେଟୱାର୍କ ରହୁନି ସେଠାରେ ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ ।

ଲକଡାଉନ ପ୍ରଭାବ: ଅନଲାଇନ ଶିକ୍ଷାଦାନ ପିଲାଙ୍କୁ ଧରାଇଲା ସ୍ମାର୍ଟଫୋନ୍

ଅନ୍ୟପଟେ ଏକ ଅତିରିକ୍ତ ମୋବାଇଲ ମଧ୍ୟ ଅଭିଭାବକଙ୍କୁ ଅନଲାଇନ ଶିକ୍ଷା ପାଇଁ କିଣିବାକୁ ପଡୁଛି । ସ୍ମାର୍ଟ ମୋବାଇଲ ଓ ଇଣ୍ଟରନେଟ ସୁବିଧା କରିବା ପାଇଁ ଆବଶ୍ୟକ ହେଉଛି ହଜାର ହଜାର ଟଙ୍କା ଯାହା ଅଭିଭାବକମାନଙ୍କୁ ଚିନ୍ତାରେ ପକାଇଛି । ପିଲାମାନଙ୍କ ପାଠପଢ଼ା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଭିଭାବକମାନେ ସେମାନଙ୍କ ପାଇଁ ଧାର କରଜ କରି କିଣି ଦେଉଛନ୍ତି ମୋବାଇଲ । କେହି କେହି ଅଭିଭାବକ ସେମାନଙ୍କ ମୋବାଇଲ ପିଲାଙ୍କୁ ଦେଇ ନିଜ କାର୍ଯ୍ୟରେ ଯାଉଥିବା ଦେଖିବାକୁ ମିଳିଛି ।

ସେହିପରି ଲକଡାଉନରେ ମୋବାଇଲ ବେପାର ମାନ୍ଦା ହୋଇଥିବା ବେଳେ ମୋବାଇଲ ଦୋକାନୀମାନେ ଘରେ ରଖିଥିବା ଷ୍ଟକ ମୋବାଇଲ ଗୁଡିକୁ ସହଜ ଋଣ କିସ୍ତି ଦ୍ବାରା ଗ୍ରାହକଙ୍କୁ ଯୋଗାଇ ଦେଇଛନ୍ତି। ଅନଲାଇନ ପାଠପଢ଼ା ପାଇଁ ମୋବାଇଲ ଓ ଇଣ୍ଟରନେଟର ଆବଶ୍ୟକତା ଥିବା ବେଳେ ଅଭିଭାବକମାନେ ପିଲାଙ୍କ ଭବିଷ୍ୟତ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରୁଥିବା ଜଣାପଡିଛି। ଜଣେ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକପାଇଁ ଏକ ନୂଆ ମୋବାଇଲ କିଣିବା କଷ୍ଟ ହୋଇଥିଲେ ବି ସେମାନେ ଧାର କରଜ କରି ମୋବାଇଲ କିଣୁଥିବା କହିଛନ୍ତି । ଗୋଟେପଟେ ମୋବାଇଲର ଚାହିଦା ଓ ଦୋକାନୀଙ୍କ ବିକ୍ରି ବଢିଥିବାବେଳେ ଅନଲାଇନ ଶିକ୍ଷା ଏବେ ସଭିଙ୍କୁ ଧରାଇଦେଇଛି ସ୍ମାର୍ଟଫୋନ୍ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 30, 2020, 11:05 PM IST

ABOUT THE AUTHOR

...view details