ଓଡିଶା

odisha

ETV Bharat / state

ଆବାସ ଯୋଜନାରୁ କଟିଗଲା ନାମ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ହିତାଧିକାରୀ - ଫେଲ ମାରୁଛି ଆବାସ ଯୋଜନା

ଆବାସ ଯୋଜନାରେ ନାଁ ନଆସିବାରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ହିତାଧିକାରୀ । ପ୍ରକୃତ ହିତାଧିକାରୀ ଚିହ୍ନଟ କରି ଆବାସ ଯୋଜନାରେ ସାମିଲ ପାଇଁ ଦାବି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jan 20, 2023, 3:47 PM IST

ଆବାସ ଯୋଜନାରୁ କଟିଗଲା ନାମ

ବାଲେଶ୍ବର: ଫେଲ ମାରୁଛି ଆବାସ ଯୋଜନା । ପ୍ରକୃତ ହିତାଧିକାରୀଙ୍କ ପରିବର୍ତ୍ତେ ଯୋଜନାରେ ସାମିଲ ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ । ଘର ଥିବା ବ୍ୟକ୍ତିଙ୍କ ନାମରେ ଆସୁଛି ଟଙ୍କା କିନ୍ତୁ ଘର ନଥିବା ଲୋକଙ୍କ ନାମ ରହୁନି ଆବସ ଯୋଜନା ତାଲିକାରେ । ଫଳରେ ଯୋଗ୍ୟ ବ୍ୟକ୍ତିଟିଏ ଘରଟିଏ ପାଇବାରୁ ବଞ୍ଚିତ ହେଉଛି । ତେବେ ପ୍ରକୃତ ହିତାଧିକାରୀ ହୋଇ ମଧ୍ୟ ଯୋଜନାରେ ନାମ ନଆସିବାରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ବାଲେଶ୍ୱର ଜିଲ୍ଲା ଦହପଡ଼ା ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ଶେଖ ସୁରୁ, ଶେଖ ନୁରୁ ।

ଶେଖ ସୁରୁ, ଶେଖ ନୁରୁଙ୍କ ଅଭିଯୋଗ ମୁତାବକ, ଉଭୟ ଦୀର୍ଘଦିନରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କରିଥିଲେ । ହେଲେ ଏବେ ତାଲିକା ପ୍ରକାଶ ପାଇବା ପରେ ସେମାନଙ୍କୁ ଯୋଜନାରେ ସାମିଲ କରାଯାଇନଥିବା ଜାଣିବାକୁ ପାଇଥିଲେ । ଏନେଇ ଉଭୟ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ପ୍ରକୃତ ହିତାଧିକାରୀ ଚିହ୍ନଟ କରି ଆବାସ ଯୋଜନାରେ ସାମିଲ ପାଇଁ ଦାବି ଜଣାଇଛନ୍ତି ।

କେବଳ ଏହି ଦୁଇବ୍ୟକ୍ତି ନୁହଁନ୍ତି ଗ୍ରାମର ଶେଖ ରେହେମତ ଅଲ୍ଲୀ, ନଜିମା ବିବି, ଜମିଜମ୍ ବିବି, ପ୍ରଗେରା ବିବି, ତାଜୋ ଖାତୁନ୍‌, କାଶିମ୍‌ପୁର ଗାଁର ସୁଜାତ ବିବି, ଶେଖ୍ ଅମିରୁଦ୍ଦିନ୍‌, ୱାସୁ ଖାଁ, ସବାନା ବିବି ପ୍ରମୁଖ ହିତାଧିକାରୀ ତାଲିକାରୁ ବାଦ ପଡ଼ିଛନ୍ତି । ପୂର୍ବତନ ସରପଞ୍ଚ ସୃଷ୍ଟିଧର ଦାସ ଓ ଶେଖ ହାଫିଜୁଦ୍ଦିନଙ୍କ ନେତୃତ୍ୱରେ ଏହି ହିତାଧିକାରୀମାନେ ଆସି ଜିଲ୍ଲାପାଳଙ୍କୁ ଜଣାଇବା ପରେ ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ଏନେଇ ପୂର୍ବତନ ସରପଞ୍ଚ ସୃଷ୍ଟିଧର ଦାସ କହିଛନ୍ତି ଯେ, "ଗତ ୧୬ ତାରିଖରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକା ପ୍ରକାଶ ପାଇଥିଲା । ସେଥିରେ ପ୍ରକୃତ ହିତାଧିକାରୀଙ୍କ ନାମ ନାହିଁ । ସେମାନଙ୍କୁ ମୁଁ ଜିଲ୍ଲାପାଳଙ୍କ ନିକଟକୁ ଆଣି ଅଭିଯୋଗ କରିଛି । ଏଥିପାଇଁ ତୁରନ୍ତ ତଦନ୍ତ କରାଯାଇ ଘର ଯୋଗାଇ ଦେବାକୁ ଦାବି କରାଯାଇଛି ।"

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନାଁ ନଥିବା ଯୋଗୁଁ ବାହାନଗା ବ୍ଲକ ପରିସରରେ ଆଜି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲ । ବାହାନଗା ବିଡିଓ ଗୌରାଙ୍ଗ ଚରଣ ଘୋଷଙ୍କୁ ଗେଟ୍‌ରେ ତାଲା ପକାଇ ଅଟକ ରଖିଥିଲେ ଗ୍ରାମବାସୀ । ଦୀର୍ଘ ଦୁଇଘଣ୍ଟା ଅଟକ ରହିବା ପରେ ସୋର ପୋଲିସ ପହଞ୍ଚି ବିଡିଓଙ୍କୁ ଉଦ୍ଧାର କରିଥିଲା । ପଞ୍ଚାୟତ ଅଫିସରେ ପ୍ରାଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଥିଲା । କିନ୍ତୁ ଏହି ତାଲିକାରେ ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାମ ନାଁ ନଥିବା ଦେଖି ବାହାନଗା ବ୍ଲକର କିଛି ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାପରେ ବିଡିଓଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିଲେ ଯୋଗ୍ୟ ହିତାଧିକାରୀ ।

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details